ରାଜନୀତିରାଜ୍ୟ

ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ଆଓରି-ନୂଆଦିଲ୍ଲୀ(୦୫/୦୩) : ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟଳୟରେ ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେଭି ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଜୟ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜି ବିଜେପି ସହ ଆଜି ଏକ ନୂଆ ବଳ ଯୋଡ଼ି ହୋଇ ଯାଇଛି ।

ଦୀର୍ଘ ୨୦ ବର୍ଷ ହେଲା ବୈଜୟନ୍ତ ପଣ୍ଡା ସଂସଦରେ ନିଜର ନିଜସ୍ଵ ପରିଚୟ ସୃଷ୍ଟି କରିଛନ୍ତି । ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଚାର ସହ ବୈଜୟନ୍ତ ସହମତ ଥିଲେ। ସେ ବିଜେପିର କାର୍ଯ୍ୟକୁ ଖୋଲିକରି ପ୍ରଶଂସା କରୁଥିଲେ । ସେଥିପାଇଁ ତାଙ୍କୁ ଦଳୀୟ ଆକ୍ରୋଶର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା । ତଥାପି ସେ କେବେ ବି ସାଲିସ କରି ନାହାନ୍ତି । ବୈଜୟନ୍ତଙ୍କ ଯୋଗଦାନ ବିଜେପି ପାଇଁ ଲାଭ ହେବ । ତାଙ୍କୁ ଆମେ ଦଳରେ ସ୍ଵାଗତ କରୁଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟତା ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା ବଢ଼ି ଚାଲିଛି । ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚି ଗଲାଣି । ଗୋଟିଏ ଦଳ ୪ଥର କ୍ଷମତାରେ ରହିବା ସତ୍ତ୍ୱେ ଗର୍ଭବତୀ ମହିଳାଙ୍କୁ ଭାରରେ ମେଡିକାଲ ନେବାକୁ ପଡ଼ୁଛି ।

ଶବକୁ କାନ୍ଧରେ ବୋହିବାକୁ ପଡ଼ୁଛି । ଭିତ୍ତିଭୂମିରେ ସୁଧାର ଆସିପାରିନି । ଏସବୁର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି । ଆଉ ବିଜେପି ହିଁ ଏସବୁ ପରିବର୍ତ୍ତନ କରିବାରେ ସକ୍ଷମ ହେବ । ପୂର୍ବରୁ ଓଡ଼ିଶାରେ ବିଜେପି ସହ ବିଜେଡିର ମେଣ୍ଟ ସରକାର ଥିବାବେଳେ ଏକ ନିର୍ଦ୍ଦିଷ୍ଟ ନୀତିରେ ସରକାର ଚାଲୁଥିଲା । ମାତ୍ର ତାହା ଏବେ ଆଉ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button