ଜାତୀୟ

ବିବାହ ବନ୍ଧନରେ ବନ୍ଧାହେଲେ ବ୍ୟଡମିଣ୍ଟନ ଷ୍ଟାର ସାଇନା

ଆଓରି-ନୂଆଦିଲ୍ଲୀ(୧୪/୧୨) : ଏବେ ବିବାହର ଋତୁ ଚାଲିଛି। ଡିସେମ୍ବରରେ ବଲିଉଡ୍‌ କଳାକାର ଦୀପ୍‌-ବୀର, ପ୍ରିୟଙ୍କା-ନିକ୍‌ ଏବଂ ସେଲିବ୍ରିଟି ବ୍ୟବସାୟୀ ଇଶା ଅମ୍ବାନି-ଆନନ୍ଦଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଭାରତର ମହିଳା ବ୍ୟାଡମିଣ୍ଟନ୍‌ ଷ୍ଟାର ସାଇନା ନେହଓ୍ଵାଲ। ସେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ଶୁକ୍ରବାର ମୁମ୍ବାଇଠାରେ ବିବାହ କରିଛନ୍ତି। ସାଇନ୍‌ ନିଜର ବିବାହ ଫଟୋକୁ ନିଜେ ଟୁଇଟରରେ ସେୟାର କରିଛନ୍ତି । ଏବଂ ଲେଖିଛନ୍ତି ‘‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ’’। ଦୁଇ ଖେଳାଳି କିଛିଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ଦୁହିଁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ କିଛି ବିଧିବିଧାନ ଚାଲିଥିବା ନଜର ଆସିଥିଲା।

ସୂଚନାଯୋଗ୍ୟ, ଦୁହେଁ ହାଇଦ୍ରାବାଦ୍‌ରେ ରହୁଥିବା ବେଳେ ୧୦ବର୍ଷ ହେଲାଣି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଏବେ ଦୁହେଁ ନିଜ ସଂପର୍କକୁ ଆଉ ଗୋଟେ ପାଦ ଆଗକୁ ନେଇଛନ୍ତି । ନେହଓ୍ଵାଲ ନିକଟରେ ଜାକାରଟାରେ ହୋଇଥିବା ଏସିଆନ୍‌ ଗେମରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ସେହିପରି ଓ୍ଵାଲର୍ଡ ବ୍ୟାଡମିଣ୍ଟନ୍‌ ର‍୍ୟାଙ୍କିଂରେ ନବମସ୍ଥାନ ଅଧିକାର କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button