ମନୋରଞ୍ଜନ

ଅଶ୍ରାବ୍ୟ ଭାଷାରେ ଗାଳି ଦେଲେ ସାମ୍ବାଦିକଙ୍କୁ କପିଲ୍‌ ଶର୍ମା:ଅପରାଧିକ ମାମଲା ରୁଜୁ

ଆଜିର ଓଡିଶା (ତା୯|୪)-

ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ ସାମ୍ବାଦିକଙ୍କୁ ଗାଳି ଦେବା ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କୁ ମହଙ୍ଗା ପଡିଛି । ବିମାନରେ ନିଜର ସହ ଅଭିନେତା ସୁନୀଲ ଗୋରଭରଙ୍କୁ ଚାପୁଡା ମାରିବା ପରେ କପିଲ ଶର୍ମାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ଏହାପରେ କମେଡି ନାଇଟ୍‌ ଓ୍ୱିଥ୍‌ କପିଲ୍‌ ସୋ ବନ୍ଦ ହୋଇଯାଇଥିଲା ।

ତାଙ୍କର ନୂଆ ସୋ ବି ଲୋକ ପ୍ରିୟତା ହାସଲ କରି ନ ଥିଲା ।  ତାଙ୍କର ସୋ ବନ୍ଦ ହେବା ନେଇ ସ୍ପଟ ବୟ ନାମକ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ କପିଲ ଶର୍ମା ରାଗିଯାଇ ପୋର୍ଟାଲର  ସାମ୍ବାଦିକ ଭିକି ଲାଲାଓ୍ୱାନିଙ୍କୁ ଫୋନ୍‌ରେ ଅତି ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ । କେବଳ ସେତିକି  ଟ୍ୱିଟରରେ ଅତି ଖରାପ କଥା ଲେଖିଥିଲେ ।  ଏହା ସହ କପିଲ୍‌ ଶର୍ମା ନିଜର ପୂର୍ବତନ ମ୍ୟାନେଜର, ପୂର୍ବତନ କଥିତ ପ୍ରେମିକା  ପ୍ରୀତି ସିମୋସ୍‌ ଓ ତାଙ୍କର ଭଉଣୀ ନୀତି ସିମୋସ୍‌ , ସ୍ପଟବୟ ର ସାମ୍ବାଦିକ ଭିକି ଲାଲଓ୍ୱାନିଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏହାପରେ ଭିକି ଲାଲାଓ୍ୱାନି  କପିଲ୍‌ ଶର୍ମା ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିବା ଅଡିଓ ରେକର୍ଡ ପ୍ରମାଣ ସହ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ଦିଆଯାଇଥିବା ଅଭିଯୋଗ  ସହ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି ।ଏବେ କପିଲ୍‌ ଶର୍ମାଙ୍କ ଏହି ଗାଳି ୟୁ-ଟ୍ୟୁବ ସହ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button