ଜିଲ୍ଲାମନୋରଞ୍ଜନ

ଫେସ୍‌ବୁକରେ ରିଲିଜ୍‌ ହେଲା ଆସ୍‌କା ଫର୍ଟି

ଭୁବନେଶ୍ୱର : ଓଲିଡଡରେ ଦେଖିବାକୁ ମିଳିଛି ଏକ ନୂଆଟ୍ରେଣ୍ଡ୍‌। ସୋସିଆଲ୍‌ ମିଡିଆରେ ରିଲିଜ ହେଉଛି ଓଡ଼ିଆ ଫିଲ୍ମର ଗୀତ।   ସୁପରଷ୍ଟାର ଅନୁଭବଙ୍କ ଅଭିନୀତ ତଥା  ୟଙ୍ଗ୍‌ ସେନସେସନ୍‌ ମ୍ୟୁଜିକ୍‌ ଡାଇରେକ୍ଟର ପ୍ରେମ୍‌ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର‘ବେବି’ର ଏକ ନୂଆ ଗୀତ ‘ଆସ୍‌କା ଫର୍ଟି ଲାଇଫ୍‌ରେ ସାଂଗ ଜଲ୍‌ଜିରା ଟିକେ ମିଶେଇ ଦେ…’ ଫେସ୍‌ବୁକ୍‌ରେ ରିଲିଜ୍‌ ହୋଇଛି । ଅନୁଭବ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଗତକାଲି ଏହାକୁ ରିଲିଜ୍‌ କରିବା ପରେ ଏହି ଗୀତକୁ  ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବ ଗୀତିକାର ସୁବ୍ରତ ସ୍ୱାଇଁ ଲେଖିଥିବା ଏହି ଗୀତରେ ଦେଶିଆ ଶବ୍ଦ ବ୍ୟବହାର ସାଂଗକୁ ପ୍ରେମ୍‌ ଆନନ୍ଦଙ୍କ ମନଛୁଆଁ କଂପୋଜିସନ୍‌ ଆଗାମୀ ଦଶହରା ବଜାରକୁ ସରଗରମ କରିବ ବୋଲି ଆଶା କରାଯାଉଛି । ଏହି ଗୀତକୁ ଗାଇଛନ୍ତି ଗୋବିନ୍ଦ ଚନ୍ଦ୍ର ।

Related Articles

Leave a Reply

Your email address will not be published. Required fields are marked *

Back to top button