ଇଂଲଣ୍ଡକୁ ୨୮୬ ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୬) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ର ୩୨ ତମ ମ୍ୟାଚ୍ ଇଂଲଣ୍ଡର ଲର୍ଡସ ଠାରେ ମଙ୍ଗଳବାର ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଛି। ଏହି ମ୍ୟଚରେ ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଫିଞ୍ଚଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଇଂଲଣ୍ଡ ପାଇଁ ରଖିଥିବା ୨୮୬ ରନର ବିଜୟ ଲକ୍ଷ୍ୟରେ ଫିଞ୍ଚଙ୍କର ବିଶେଷ ଅବଦାନ ରହିଛି। ଅଧିନାୟକ ଆରୋନ୍ ଫିଞ୍ଚ୍ ୧୧୬ ବଲରୁ ସର୍ବାଧିକ ୧୦୦ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ୨ ଟି ଛକା ଏବଂ ୧୧ ଟି ଚୌକା ସାମିଲ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଡ଼େଭିଡ୍ ୱାର୍ଣ୍ଣର ୬୧ ବଲରୁ୫୩ ରନ୍(୬ଟି ଚୌକା) କରିଛନ୍ତି।
ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୨ ଟି ୱିକେଟ ଅକ୍ତିଆର କରିଛନ୍ତି।