ବାଣିଜ୍ୟ
ବଜାରକୁ ଆସିଲା ଅଡି କ୍ୟୁ୫
![](http://www.aajiraodisha.org/wp-content/uploads/2018/07/Teaser_alt.jpg)
ଆଓରି-ନୂଆଦିଲ୍ଲୀ(୯/୭) : ଜର୍ମାନୀ ଭିତ୍ତିକ କାର୍ ନିର୍ମାତା ‘ଅଡି’ ପକ୍ଷରୁ ବଜାରକୁ ଆସିଛି ‘ଅଡି କ୍ୟୁ୫’ର ପେଟ୍ରୋଲ୍ ଭାରିଆଣ୍ଟ। ଏହାର ବଜାର ଦର ୫୫.୨୭ ଲକ୍ଷ ଟଙ୍କା ରହିଛି। ଏଥିରେ ସେଭେନ୍ସ୍ପିଡ୍ ଟ୍ରାନ୍ସମିସନ୍ ବିଶିଷ୍ଟ ୨୨ ବିଏଚ୍ପି ପେଟ୍ରୋଲ୍ ଇଞ୍ଜିନ୍, ୬.୩ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ସେଲେରେଟିଂ କ୍ଷମତା ରହିଛି। ଚଳିତ ବର୍ଷ ଜାନୁୟାରୀରେ ଅଡି ଇଣ୍ଡିଆ ‘କ୍ୟୁ୫’ ମଡେଲ୍ର ଡିଜେଲ୍ ଭାରିଆଣ୍ଟ ଲଞ୍ଚ କରିଥିଲା। ଯାହାଦ୍ୱାରା ଏକ ମାସ ମଧ୍ୟରେ ଗ୍ରାହକ ୫୦୦ ଆଡ୍ଭାନ୍ସ ବୁକିଂ କରିଥିଲେ। ଡିଜେଲ୍ ଭାରିଆଣ୍ଟର ସଫଳତାକୁ ଦୃଷ୍ଟିରେ ରଖି ପେଟ୍ରୋଲ୍ ଭାରିଆଣ୍ଟ ଲଞ୍ଚ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।