ଆନ୍ତର୍ଜାତୀୟ

ସିରିଆ ଉପରେ ମିଳିତ ଆକ୍ରମଣ

ଆଓରି(ତା୧୪|୪)- ସିରିଆରେ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଏବଂ ଏକଚ୍ଛତ୍ରବାଦୀ ଶାସକ ରାଷ୍ଟ୍ରପତି ବସର ଅଲ୍‌ ଅସଦଙ୍କ ଉପରେ ରୋକ ଲଗାଇବା ପାଇଁ ଏହାର ରାଜଧାନୀ ଡାମାସ୍‌କସ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ମିଳିତ ସେନା ଆକ୍ରମଣ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ବିରୋଧରେ ଏହି ୩ ମିଳିତ ଶକ୍ତି କଠୋର ହେବାକୁ ନିଷ୍ପତ୍ତି ନେଇଛନ୍ତି। ରାସାୟନିକ ଅସ୍ତ୍ର ଉତ୍ପାଦନ, ବ୍ୟବହାର ଓ ପ୍ରସାର କାର୍ଯ୍ୟରୁ ବିରତ ନ ହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ରାସାୟନିକ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି। ଅନୂ୍ୟନ ୩୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତମାସ ସିରିଆରେ ହୋଇଥିବା ଏକ ରାସାୟନିକ ଅସ୍ତ୍ର ପ୍ରୟୋଗ ଫଳରେ ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button