ଜିଲ୍ଲା

ଆଠମଲ୍ଲିକ ବସ୍‌ ଦୁର୍ଘଟଣା: ଡ୍ରାଇଭର ଗିରଫ

ଅନୁଗୋଳ: ମହାରାଜ ବସ୍‌ ଦୁର୍ଘଟଣାରେ ୧୯ ଜଣ ମୃତ୍ୟୁ ଘଟିବା ଘଟଣାରେ ଫେରାର ଥିବା ଡ୍ରାଇଭର ବୀରେନ୍ଦ୍ର ବେହେରାକୁ ଆଠମଲ୍ଲିକ କଲେଜ ନିକଟରୁ ଆଜି ପୋଲିସ ଗିରଫ କରିଛି। ଗିରଫ ବୀରେନ୍ଦ୍ରଙ୍କ ଘର ବୌଦ୍ଧ ଜିଲ୍ଲା କୁଲୁଟଖଲିର ପଳାସପାଟରେ।

ଅନୁଗୋଳ ଏଏସ୍‌ପି ପ୍ରଦୀପ ମିଶ୍ର କହିଛନ୍ତି,

ବୀରେନ୍ଦ୍ର ଦୁର୍ଘଟଣା ଘଟିବା ପରେ ସେଠାରୁ ଖସି ଯାଇ ବୈଦ୍ଧକୁ ପଳାଇଥିଲା। ଆଜି ବୈଦ୍ଧରୁ ଓକିଲଙ୍କ ସହ କଥା ହେବାକୁ ଆଠମଲ୍ଲିକ ଆସିଥିଲା। ଆମେ ତାଙ୍କ ଫୋନ୍‌କୁ ଟ୍ରାକିଂ କରୁଥିଲୁ। ବୌଦ୍ଧ-ସମ୍ବଲପୁର ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ସ୍ପେଶାଲ ଟିମ୍‌ ତାଙ୍କୁ ପିଛା କରି ଧରିଥିଲା। ମୋବାଇଲେରେ କଥା ହୋଇ ଅନ୍ୟମନସ୍କ ହେବାରୁ ଦୁର୍ଘଟଣା ଘଟିଛି ବୋଲି ସେ ସ୍ୱୀକାର କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ।

ଗତ ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ପୋଲ ଉପରୁ ତଳକୁ ମହାରାଜ ନାମକ ବସ୍‌ ଖସିପଡିବାରୁ ୧୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପ୍ରାୟ ୩୦ରୁ ଅଧିକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button