ଜାତୀୟ

ହୋସ୍‍ ପାଇପ୍‍ ଫାଟି ଯିବାରୁ ସମୁଦ୍ରରେ ମିଶିଗଲା ୨ଟନ ତେଲ

ଆଓରି-ନୂଆଦିଲ୍ଲୀ(୧୯/୧୧) : ଏକ ଜାହାଜର ଟ୍ୟାଙ୍କରରୁ ୨ ଟନ୍‍ ଓଜନର ତେଲ ସମୁଦ୍ର ପାଣିରେ ମିଶିଯାଇଛି। ଉତ୍ତର ଚେନ୍ନାଇ ନିକଟ ବନ୍ଦରରେ ଗତ ରବିବାର ଘଟିଛି ଏହି ଘଟଣା। ଏଥିଯୋଗୁଁ ସାମୁଦ୍ରିକ ଜୀବଜନ୍ତୁ ଓ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ତେବେ ଯୁଦ୍ଧାକାଳୀନ ଭିତ୍ତିରେ ଏହାର ନିରାକରଣ କରାଯାଉଥିବା ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ରବିବାର ସକାଳେ ଇନୋରଠାରେ ଥିବା କାମରାଜର ପୋର୍ଟରେ ଜାହାଜରୁ ତେଲ ଖଲାସ କରିବା ବେଳେ ଏମ୍‍ଟି କୋରାଲ୍‍ ଷ୍ଟାର ନାମକ ଏକ ଟ୍ୟାଙ୍କରର ହୋସ୍‍ ପାଇପ୍‍ ଫାଟି ଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ କର୍ତ୍ତୃପକ୍ଷ ପାଇପ୍‍ ମରାମତି କରିଥିଲେ। କିନ୍ତୁ ସେତେବେଳକୁ ପ୍ରାୟ ୨ଟନ୍‍ ତେଲ ସମୁଦ୍ର ପାଣିରେ ମିଶିଯାଇଥିବା କୁହାଯାଉଛି। ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାଣିଜ୍ୟ ବିଭାଗର ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ସମୁଦ୍ରରେ ମିଶିଥିବା ତେଲ ପୁନରୁଦ୍ଧାର କରାଯାଇପାରିବ ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଠିକ୍‍ ଏହି ସ୍ଥାନରେ ୨୦୧୭ ଜାନୁଆରୀ ମାସରେ ଅନୁରୂପ ଘଟଣା ଘଟିଥିଲା। ଦୁଇଟି ଜାହାଜ ମଧ୍ୟରେ ଧକ୍ମା ହେବା ଫଳରେ ବିପୁଳ ପରିମାଣର ତେଲ ସମୁଦ୍ରରେ ମିଶିଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button