April 19, 2024

ଚାହିଦା ବଢୁଛି ଏସ୍‌ୟୁଭିର

1 min read

ଆଓରି(ତା୧୪|୪)– ଘରୋଇ ବଜାରରେ କାର ବିକ୍ରି କଥା ବିଚାରକୁ ନେଲେ କ୍ଷୁଦ୍ର କାର୍‌ ଏବଂ ସେଡାନ ତୁଳନାରେ ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍‌)ର ଚାହିଦା ଦ୍ରୁତ ଗତିରେ ବଢ଼ୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତୀୟ ଗ୍ରାହକମାନେ ଏସ୍‌ୟୁଭି କ୍ରୟ ଲାଗି ଅଧିକ ଆଗ୍ରହ ଦେଖାଉଥିବା ଜଣାଯାଇଛି। ଏହି ସମୟ ମଧ୍ୟରେ ଯାତ୍ରୀବାହୀ ଯାନ ତୁଳନାରେ ଏସ୍‌ୟୁଭି ବିକ୍ରି ୭ ଗୁଣା ତ୍ୱରିତ ହୋଇଛି। ନୂଆ ମଡେଲ ତଥା ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହି ବର୍ଗର ଯାନ ବିକ୍ରିରେ ବୃଦ୍ଧି ଘଟୁଛି। ବର୍ତ୍ତମାନ ସମୟରେ ସେଡାନ ତଥା କ୍ଷୁଦ୍ର କାର୍‌ ବିକ୍ରି ଅଭିବୃଦ୍ଧି ୩% ରହିଥିବା ବେଳେ ଅଫ୍‌ରୋଡର ବିକ୍ରି ୨୧% ରହିଛି। ସେହିଭଳି ସ୍କୁଟର ବିକ୍ରି ୨୦% ଅଭିବୃଦ୍ଧି, ମୋଟର ସାଇକେଲ ବିକ୍ରି ଅଭିବୃଦ୍ଧି ୧୪% ରହିଛି। ଅନ୍ୟପକ୍ଷରେ ମୋଟ ପାସେଞ୍ଜର ଯାନ ବିକ୍ରି କ୍ଷେତ୍ରରେ ଏସ୍‌ୟୁଭିର ଅଂଶ ୩୦%କୁ ବୃଦ୍ଧି ଘଟିଛି। ଏହା ୨୦୧୦ ମାର୍ଚ୍ଚ ବେଳକୁ ମାତ୍ର ୧୪% ରହିଥିଲା। ଭାରତୀୟ ଅଟୋ ମୋବାଇଲ୍‌ ନିର୍ମାଣକାରୀ ସଂଘ (ସିଆମ୍‌) ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ୯.୨ ଲକ୍ଷ ଏସ୍‌ୟୁଭି ବିକ୍ରି କରାଯାଇଛି। ସେହିଭଳି କମ୍ପାକ୍ଟ କାର୍‌ ଏବଂ ସେଡାନ୍‌ କାର ବିକ୍ରି ୨୦୧୬-୧୭ରେ ୨୧ ଲକ୍ଷ ରହିଥିବା ବେଳେ ୨୦୧୭-୧୮ରେ ୨୧.୭ ଲକ୍ଷ ୟୁନିଟ୍‌ ରହିଛି ବୋଲି ସିଆମ୍‌ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.