ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ହେଲେ ଓୱାଇଡବ୍ଲ୍ୟୁବି ଅଧ୍ୟକ୍ଷ
1 min read
ଆ.ଓ.ରି(ତା୯|୫)-
ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ରାଜ୍ୟ ଯୁବ କଲ୍ୟାଣ ବୋର୍ଡ (ଓୱାଇଡବ୍ଲ୍ୟୁବି)ର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପୂର୍ବତନ ମୁମ୍ବାଇ ପୋଲିସ ମୁଖ୍ୟ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ବୁଝିବେ। ନେତୃତ୍ୱ ଓ ସେବା ମନୋଭାବ ବୃଦ୍ଧି, ଖେଳ ଓ ଦକ୍ଷତା ବୃଦ୍ଧି ଏବଂ କିପରି ସୁସ୍ଥ ବାତାବରଣରେ ଯୁବଗୋଷ୍ଠୀ ରହିବେ ସେ ଉଦ୍ଦେଶ୍ୟରେ ବିଜୁ ଯୁବ ବାହାନୀ ଆରମ୍ଭ କରାଯାଇଥିଲା।ଗତ ଏପ୍ରିଲ ୧୮ ତାରିଖରେ ଅରୂପ ବିଜେଡିରେ ଯୋଗଦେଇଥିଲେ। ଅରୂପଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହା ଘୋଷଣା କରାଯାଇଛି।