ବିଧାନସଭାରେ ପୂଜାରୀ-ମହାରଥୀ କଥା କଟାକଟି
1 min read
ଆଓରି-ଭୁବନେଶ୍ଵର(୧୭/୦୭) : ପ୍ରଶ୍ନ କାଳରେ ପ୍ରଦୀପ ମହାରଥୀ ନିଜ ପ୍ରଶ୍ନରେ ନିଜେ ଘାଇଲା ହୋଇଛନ୍ତି । ମନ୍ତ୍ରୀ ନିରଞ୍ଜନ ପୁଜାରୀ ପାଲଟା ପ୍ରଶ୍ନ କରି ମହାରଥୀଙ୍କୁ ଘାଇଲା କରିଛନ୍ତି । ପୂଜାରୀ ମହାରଥୀଙ୍କୁ ଟାର୍ଗେଟ କରି କହିଛନ୍ତି, ଶୀତଳ ଭଣ୍ଡାର ଉପରେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ପୂର୍ବୁରୁ ସେ ସେହି ବିଭାଗରେ ମନ୍ତ୍ରୀ ଥିଲେ । ସେ ସବୁ ଜାଣନ୍ତି । ସେ ଚାଷୀ ପୁଅ । ଚାଷରେ ଡକ୍ଟରେଟ କରିଛନ୍ତି ।
ତେବେ ଆଜି ବିଧାନସଭାରେ ମନ୍ତ୍ରୀ ଏବଂ ପୂର୍ବମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ପ୍ରଥମେ ପ୍ରଦୀପ ମହାରଥୀ କେତୋଟି ଶୀତଳଭଣ୍ଡାର କାର୍ଯ୍ୟ କରୁଛି ଏବଂ ଆଳୁ ମିଶନକୁ ନେଇ ପ୍ରଶ୍ନ କରିଥିଲେ । ଏହାପରେ ନିରଞ୍ଜନ ପୂଜାରୀ ତାଙ୍କୁ ପାଲଟା ପ୍ରଶ୍ନରେ ଘାଇଲା କରିପକାଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଯେତେ ବି ଶୀତଳ ଭଣ୍ଡାର ସଚଳ ହୋଇଛି ସେ ସବୁ ଏହି ପିରିୟଡରେ । ଆଳୁ ମିଶନ୍ ଆପଣଙ୍କ ବେଳେ ଆରମ୍ଭ ହେଲା ବନ୍ଦ ବି ହୋଇଗଲା ବୋଲି ମହାରଥୀଙ୍କୁ ଟାର୍ଗେଟ କରି କହିଥିଲେ ପୂଜାରୀ ।
ସେହିଭଳି ପ୍ରଦୀପ ମହାରାଥୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ପୂଜାରୀ କହିଛନ୍ତି ପୂଜାରୀ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ରହିଛି । ୮୦ଟି ଅଚଳ ଏବଂ ୪୮ଟି ସଚଳ ରହିଛି । ଆଳୁ ମିଶନ ଦ୍ୱାରା ୬ବର୍ଷ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ମାନଙ୍କୁ ୫୦ ଓ ୩୦ ପ୍ରତିଶତ ରିହାତି ଦରରେ ବିଜୁଳି ଯୋଗାଇ ଦିଆଯାଇଛି ।
ସେପଟେ ପାଟକୁରା ନିର୍ବାଚନ ପାଇଁ ଗୃହରେ ମନ୍ତ୍ରୀମାନେ ଅନୁପସ୍ଥିତ ରହୁଥିବାରୁ ବିଧାୟକଙ୍କ ପ୍ରଶ୍ନରେ ସଠିକ ଉତ୍ତର ମିଳିପାରୁନି ବୋଲି କଂଗ୍ରେସ ବିଧାୟକ ତାରାବାହିନୀ ପତି ଅଭିଯୋଗ କରିଛନ୍ତି ।