ରାଜ୍ୟ

ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା

ଆଓରି-ଭୁବନେଶ୍ଵର(୨୯/୧୧) : ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅପରାଜିତା ଷଡଙ୍ଗୀ ।ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପ୍ରଥମେ ଲିଙ୍ଗରାଜ ମନ୍ଦିର ଯିବେ ଓ ପରେପରେ ବିଜେପି କାର୍ଯ୍ୟାଳୟକୁ ଅପରାଜିତା ଯିବେ ବୋଲି ସୂଚନା ମିଳିଛି ।

ସୂଚନାଯାେଗ୍ୟ, ଗତ ୨୭ତାରିଖରେ ଏହି ପ୍ରଶାସକ ପଦ୍ମ ଧରିଥିଲେ । ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୧୧ ଆକବର ରୋଡ ସରକାରୀ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଶାହଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡ଼ିଶା ପ୍ରଭାରି ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଅତ୍ୟନ୍ତ ସଂକ୍ଷିପ୍ତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହ ଅପରାଜିତାଙ୍କୁ ଦଳକୁ ସ୍ବାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଦୀର୍ଘ ଅନୁଧ୍ୟାନ, ଅନୁସନ୍ଧାନ, ବିଚାର ବିମର୍ଶ ସହିତ ବିଜେପିର ଆଭିମୁଖ୍ୟ ଦେଖି ସେ ଏଥିରେ ଯୋଗଦାନ ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button