April 18, 2024

ପ୍ରଥମ କାକଟପୁର ମଙ୍ଗଳାଙ୍କ ଏବଂ ପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଅପରାଜିତା

1 min read
Aparajita-Sarangi-Aajira-Odisha

ଆଓରି-ଭୁବନେଶ୍ଵର(୦୧/୧୨) : ରାଜନୀତିରେ ଯୋଗ ଦେବା ପରେ ଗୁରୁବାର ଦିନ ଓଡିଶା ଆସିଛନ୍ତି ଅପରାଜିତା ଷଡଙ୍ଗୀ । ଏହି ଅବସରରେ ସେ ନିଜ ଶାଶୁଘରକୁ ଯାଇଛନ୍ତି । କାକଟପୁର ଅନ୍ତର୍ଗତ ଜଗନ୍ନାଥପୁର ଗାଁକୁ ଯାଇ ସେ ନିଜ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ୪ ବର୍ଷ ପରେ ସେ ନିଜ ଶାଶୁଘରକୁ ଆସିଥିବାରୁ ପରିବାର ଭିତରେ ଖୁସି ଖେଳିଯାଇଛି ।

ସୂଚନାଯୋଗ୍ୟ ପ୍ରଥମାଷ୍ଟମୀ ଅବସରରେ ଅପରାଜିତା ନିଜ ଶାଶୁଘରକୁ ଆସିଥିଲେ । କାକଟପୁରରେ ପହଞ୍ଚିବା ପରେ ବିଜେପିକର୍ମୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପ୍ରଥମେ ଅପରାଜିତା ନିଜ ଗ୍ରାମଦେବତୀ ମାଆ କିତାମଚଣ୍ଡୀଙ୍କୁ ଦର୍ଶନ କରିବା ପରେ ପରିବାର ସମ୍ପର୍କୀୟଙ୍କୁ ଭେଟିଥିଲେ । ଏହାପରେ କାକଟପୁରର ଅଧିଷ୍ଠାତ୍ରୀ ଦେବା ମାଆ ମଙ୍ଗଳାଙ୍କ ଦର୍ଶନ କରିଥିଲେ। ପରେ ପରେ ସନ୍ଧ୍ୟାରେ ପୁରୀ ଯାଇ ସେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ରାଜନୀତିରେ ପାଦ ଦେବା ପରେ ସେ ଗତ ଦୁଇଦିନ ତଳେ ଓଡିଶା ଆସିଛନ୍ତି । ତେବେ ସେ ରାଜନୀତିରେ କାହା ସହ ନୁହେଁ, ନିଜ ସହ ପ୍ରତିଦ୍ୱନ୍ଦିତା କରିବେ ଏବଂ ନିଶ୍ଚିତ ସଫଳ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.