ରାଜ୍ୟର ସମସ୍ୟା ନେଇ ନୀତିନ୍ ଗଡକରୀଙ୍କ ସହ ଆଲୋଚନା କଲେ ଅପରାଜିତା ଷଢ଼ଙ୍ଗୀ
1 min read
ଆଓରି-ଭୁବନେଶ୍ଵର(୨୬/୦୭) : ରାଜ୍ୟର ସମସ୍ୟା ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସହ ଆଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଭୁବନେଶ୍ୱରର ଆକ୍ସିଡେଣ୍ଟ ପ୍ରୋନ୍ ଏରିଆ ଭାବେ କାଉଣ୍ଟ ହେଉଥିବା ହସଂପାଳ ଓଭରବ୍ରିଜ୍ର କାମ ବିଷୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା ।
ଏନେଇ ନିଜ ଫେସ୍ବୁକ୍ ଆକାଉଣ୍ଟରେ ନୀତିନ୍ଙ୍କ ସହ ଫଟୋ ସେୟାର୍ କରି ଅପରାଜିତା ଏହି ସୂଚନା ଦେଇଛନ୍ତି । ଅପରାଜିତା ଏହି ପୋଷ୍ଟରେ ଆହୁରି କହିଛନ୍ତି ଯେ, ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଏହି ସମସ୍ୟା ସମ୍ପର୍କରେ ଜାଣିଛନ୍ତି । ଉକ୍ତ ଆକ୍ସିଡେଣ୍ଟ୍ ସ୍ପଟ ମଧ୍ୟ ଦେଖିବାକୁ ନିଜେ ଯାଇଥିଲେ ଅପରାଜିତା । ସେଠାରେ ଓଭରବ୍ରିଜ୍ ନିର୍ମାଣ ହେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ ।
ତେବେ ଏହି ଘଟଣା ଉପରେ ପଜିଟିଭ୍ ରିଆକ୍ସନ୍ ରଖିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ । ଖୁବ୍ଶୀଘ୍ର ଓଭରବ୍ରିଜ୍ କାମ ସରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।