ରାଜନୀତିରାଜ୍ୟ

ନଭେମ୍ବର ୨୭ରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିବେ ଅପରାଜିତା ଷଡ଼ଙ୍ଗୀ

ଆଓରି-ଭୁବନେଶ୍ଵର(୨୫/୧୧) : ଲୋକଙ୍କ ପାଇଁ ମୁଁ କାମ କରିବାକୁ ଚାହୁଁଛି । ସାଧାରଣ ଲୋକଙ୍କ ମଙ୍ଗଳ କରିବା ମୋର ଏଜେଣ୍ଡା । ଏଥିନେଇ ନଭେମ୍ବର ୨୭ରେ ମିଶ୍ରଣ ପରେ ପ୍ରକାଶ କରିବି । ରାଜନୀତିରେ ବହୁ ଚାଲେଞ୍ଜ ଅଛି । ମୋର ବିଶ୍ୱାସ ଅଛି ଏହି ଚାଲେଞ୍ଜକୁ ଗ୍ରହଣ କରି ସଫଳ ହେବି  । ଏହିସବୁ କଥା ବରିଷ୍ଠ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଅର୍ଗସକୁ ସୂଚନା ଦେଇ କହିଛନ୍ତି । ଏହାସହ ନଭେମ୍ବର ୨୯ରେ ଓଡ଼ିଶା ଆସିଲେ ଏନେଇ ବିସ୍ତୃତ ସୂଚନା ଦେବେ ବୋଲି ମଧ୍ୟ କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ସୂଚନା ଅନୁଯାୟୀ ନଭେମ୍ବର ୨୭ରେ  ଦିଲ୍ଲୀଠାରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିବେ ବରିଷ୍ଠ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ।୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଭାବେ ନିଜ ଚାକିରୀରୁ ଅବସର ନେବା ପାଇଁ କରିଥିବା ଆବେଦନକୁ ପ୍ରଧାନମନ୍ତ୍ରୀ ଅନୁମୋଦନ ଦେଇଥିଲେ । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ୍‌ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ତାଙ୍କର କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । ସେ ରାଜ୍ୟ ବୟନଶିଳ୍ପ ଓ ଗଣଶିକ୍ଷା ସଚିବ ଥିଲେ । ପରେ କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button