ରାଜନୀତି

ଭାଜପାରେ ଯୋଗଦେବେ ଅପରାଜିତା ଷଡ଼ଙ୍ଗୀ

ଆଓରି-ଭୁବନେଶ୍ଵର(୨୪/୧୧) : ସ୍ଵଚ୍ଛାକୃତ ଅବସର ନେବାପରେ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ରେ ଭାଜପାରେ ଯୋଗଦେବା ଏକପ୍ରକାର ଚୂଡାନ୍ତ ହୋଇସାରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ଅପରାଜିତା ଦିଲ୍ଲୀଠାରେ ପଦ୍ମ ଧରିବେ। ଏହାର ଦିନକ ପରେ ତାଙ୍କୁ ଭୁବନେଶ୍ୱରର ଦଳୀୟ ମୁଖ୍ୟାଳୟଠାରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ଅନ୍ୟପଟେ ଅପରାଜିତାଙ୍କ ଭାଜପାରେ ଯୋଗଦାନ ଖବର ଭାଜପା ରାଜ୍ୟ ନେତୃବୃନ୍ଦମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। ଏହାସହ ସେ ଭୁବନେଶ୍ୱରରୁ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଭାଜପାରେ ତାଙ୍କ ଯୋଗଦାନ ନେଇ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ, ସେ ଜଣେ ଦକ୍ଷ ଅଧିକାରୀଭାବେ ବେଶ୍‌ ଜଣାଶୁଣା। ଲୋକମାନଙ୍କ ନିକଟରେ ମଧ୍ୟ ସେ ବେଶ୍‌ ପରିଚିତ। ତେଣୁ ତାଙ୍କ ଯୋଗଦାନ ନିଶ୍ଚିତଭାବେ ଦଳ ପାଇଁ ଭଲ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଦଳରେ ଅପରାଜିତାଙ୍କ ଯୋଗଦାନ ଖବରକୁ ସ୍ଵାଗତ ଜଣାଇଛନ୍ତି। ସେହିପରି ବରିଷ୍ଠ ନେତା ବିଶ୍ୱଭୂଷଣ ଭାଜପା ସାଧାରଣ ସମ୍ପାଦକ ତଥା ତାଙ୍କ ପୁତ୍ର ପୃଥ୍ଵୀରାଜ ହରିଚନ୍ଦନ ୨୦୧୯ ନିର୍ବାଚନରେ ଚିଲିକା ଆସନରୁ ପ୍ରାର୍ଥୀ ହେବାନେଇ ସୂଚନା ଦେଇଛନ୍ତି। ଏହି ବିଧାନସଭା ଆସନରୁ ବର୍ତ୍ତମାନ ବିଭୂତି ଭୂଷଣ ହରିଚନ୍ଦନ ବିଧାୟକ ଅଛନ୍ତି। ବୟସ କାରଣରୁ ସେ ୨୦୧୯ ନିର୍ବାଚନ ଲଢିବେ ନାହିଁ ବୋଲି ଜଣାପଡିଛି। ତେଣୁ ଭାଜପାର ସେଠାରେ ଉତ୍ତମ ସଙ୍ଗଠନ ଥିବାରୁ ପୃଥ୍ବୀରାଜ ସେଠାରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button