March 25, 2023

କାଶ୍ମୀର ପ୍ରସଙ୍ଗରେ ୩ୟ ପକ୍ଷ ମଧ୍ୟସ୍ଥତା କରିପାରିବେ ନାହିଁ ; ଜାତିସଂଘ

1 min read
United-Nation-Aajira-Odisha

ଆଓରି-ନୂଆଦିଲ୍ଲୀ(୦୯/୦୮) : ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହେଉଛି। ଏପରି କି ଏଥିରେ ହସ୍ତକ୍ଷେପ ପାଇଁ ଜାତିସଂଘର ଦ୍ଵାରସ୍ଥ ହୋଇଛି ପାକିସ୍ତାନ। ମାତ୍ର ଜାତିସଂଘ ପାକିସ୍ତାନର ଏହି ଆବେଦନକୁ ଖାରଜ କରିଦେଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି, ୧୯୭୨ ଶିମ୍‌ଲା ଚୁକ୍ତି ଅନୁସାରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ କାଶ୍ମୀର ପ୍ରସଙ୍ଗର ସମାଧାନ ହେବା ଦରକାର। ଜାତିସଂଘ ମହାସଚିବଙ୍କ ଏପରି ପରାମର୍ଶ ପରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି।

ମହାସଚିବ ଆଣ୍ଟୋନିଓ ଗୁଟେରସ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୨ରେ ହୋଇଥିବା ଶିମଲା ରାଜିନାମାକୁ ମନେପକାଇଥିଲେ, ଯେଉଁଥିରେ କାଶ୍ମୀର ପ୍ରସଙ୍ଗରେ ୩ୟ ପକ୍ଷ ମଧ୍ୟସ୍ଥତା କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜରିକ କହିନ୍ତି, ମହାସଚିବ ଜାମ୍ମୁ-କାଶ୍ମୀର ପରିସ୍ଥିତି ଉପରେ ଗମ୍ଭୀରତାର ସହିତ ନଜର ରଖିଛନ୍ତି ଏବଂ ଉଭୟ ଦେଶ ସର୍ବାଧିକ ସଂଯମତା ରକ୍ଷା କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.