ପ୍ରଥମ ମହିଳା ପାଇଲଟ ଭାବେ ବିମାନ ଉଡ଼ାଇଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା
1 min read
ଆଓରି-ଭୁବନେଶ୍ଵର(୦୯/୦୯) : ଆକାଶରେ ଉଡିବା ପ୍ରାୟତ ସମସ୍ତଙ୍କର ସ୍ବପ୍ନ ଥାଏ । ହେଲିକପ୍ଟର ଉଡାଇବା କୁ ସମସ୍ତଙ୍କ ମନରେ ଏକ ଆକାଂକ୍ଷା ରହିଥାଏ । ତେବେ ନିଜର ସ୍ବପ୍ନ ପୂରଣ କରିବାକୁ ବହୁତ ଅଳ୍ପ ଲୋକ ଉଦ୍ୟମ କରିଥାନ୍ତି ଏବଂ ବହୁତ କମ ଲୋକ ମଧ୍ୟ ସଫଳ ହେଇଥାନ୍ତି। ତେବେ ଆକାଶ ରେ ବିମାନ ଉଡାଇବା ସ୍ବପ୍ନ କୁ ସାକାର କରିଛନ୍ତି ମାଲକାନଗିରି ର ଜଣେ ଆଦିବାସୀ ଝିଅ । ସୂଚନା ଅନୁଯାଇ ଏହି ସଫଳତା ହାସଲ କରିଥିବା ଝିଅ ଙ୍କ ନାମ ଅନୁପ୍ରିୟା ଲାକ୍ରା । ସେ ଜଣେ ଆଦିବାସୀ ଝିଅ ହେଇଥିଲେ ମଧ୍ୟ କଠିନ ପରିଶ୍ରମ କରି ଦୀର୍ଘ ୭ ବର୍ଷର ତାଲିମ ନେଇ ଏହି ସଫଳତା ପାଇଛନ୍ତି ।
ଅନୁପ୍ରିୟା ଇଞ୍ଜିନିରିଂ ପଢୁଥିଲେ ମଧ୍ୟ ତାଙ୍କୁ ସନ୍ତୋଷ ଦେଇପାରିନଥିଲା ଆକାଶ ରେ ଉଡିବାକୁ ତାଙ୍କର ବହୁତ ଇଛା ଥିଲା ତେଣୁ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ପାଇଲଟ ପାଇଁ ତାଲିମ ନେବାକୁ ଆବେଦନ କରିଥିଲେ ଏବଂ ଅନେକ ବାର ପରୀକ୍ଷା ଦେବାପରେ ଶେଷରେ ୨୦୧୨ରେ ପ୍ରବେଶ ପାଇଁ ସଫଳ ହେଇଥିଲେ ଏବଂ ଭୁବନେଶ୍ୱରସ୍ଥିତ ଏକ ପାଇଲଟ୍ ତାଲିମ କେନ୍ଦ୍ରରେ ତାଲିମ ନେଇଥିଲେ I ଚଳିତ ମାସ ତାଙ୍କ ତାଲିମ ଶେଷ ପରେ ଏକ କମ୍ପାନୀ ରେ ନିଯୁକ୍ତି ପାଇଛନ୍ତି ଏବଂ ବିମାନ ଉଡାଣ କରିବା ଆରମ୍ଭ କରିଦେଇଛନ୍ତି ।