ମମତାଙ୍କୁ ଆଉ ଏକ ଝଟକା; ବିଜେପିରେ ଯୋଗଦେଲେ ଟିଏମସି ବିଧାୟକଙ୍କ ସମେତ ୧୮ କାଉନସିଲର
1 min read
ଆଓରି-ନୂଆଦିଲ୍ଲୀ(୨୪/୦୬) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି। ଅଲିପୁରଦୁଆର ଜିଲା କଲଚିନିର ଟିଏମସି ବିଧାୟକ ୱିଲସନ ଚମ୍ପରାମାରି ଓ ଦଳର ୧୮ କାଉନସିଲର ସୋମବାର ବିଜେପିରେ ଯୋଗଦେଛନ୍ତି।
ୱିଲସନ କହିଛନ୍ତି ଯେ ଟିଏମସିର କେତେକ ନେତା ବିଜେପିରେ ଯୋଗଦେବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେମାନେ ବିଜେପି ହାଇକମାଣ୍ଡଙ୍କ ସହ ସମ୍ପର୍କରେ ଅଛନ୍ତି। ଏହି ନେତାମାନେ ବିଜେପିରେ ଯୋଗଦେବା ପରେ ଅଲିପୁରଦୁଆର ଏବଂ ଦିଂଜାପୁରରେ ବିଜେପି ମଜଭୁତ ହୋଇଯିବ। ୱିଲସନ ୨୦୧୩ରେ ଟିଏମସିରେ ସାମିଲ ହୋଇଥିଲେ। ଏବେ ସେ ଦିଲ୍ଲୀରେ ଅଛନ୍ତି ଓ ସେଠାରୁ ସେ ବିଜେପିରେ ଯୋଗଦେଇଥିବାର ସୂଚନା ଦେଇଛନ୍ତି।