March 27, 2023

୪ ସପ୍ତାହ ମଧ୍ୟରେ ଇରିକ୍‌ସନ୍‌କୁ ୪୫୩ କୋଟି ଟଙ୍କା ନ ଦେଲେ ଜେଲ ଯାଇପାରନ୍ତି ଅନୀଲ ଅମ୍ବାନୀ

1 min read

ଆଓରି-ନୂଆଦିଲ୍ଲୀ(୨୦/୦୨) : ଇରିକ୍‌ସନ୍‌ ଏବଂ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଜାରି ରହିଥିବା ମାମଲାରେ ସୁପ୍ରିମ୍‌କୋର୍ଟ ବୁଧବାର ରାୟ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଇରିକ୍‌ସନ୍‌କୁ ୪୫୩ କୋଟି ଟଙ୍କା ନ ଦେଲେ ଅନୀଲ ଅମ୍ବାନୀ ଜେଲ୍‌ ଯିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି  ନିର୍ଦ୍ଦେଶ। ଅନୀଲ ଅମ୍ବାନୀଙ୍କ ଉପରେ ୫୫୦ କୋଟି ଟଙ୍କାର ବକେୟା ଥିବା ନେଇ ଇରିକ୍‌ସନ୍‌ ପକ୍ଷରୁ ୨୦୧୮ ଡିସେମ୍ବର ୧୫ରେ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ଅନୀଲଙ୍କ ଗ୍ରୁପ୍‌ କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାଣିଶୁଣି ବକେୟା ପୈଠ କରାଯାଇ ନ ଥିବା ଦର୍ଶାଇ ଅଦାଲତ ନିର୍ଦ୍ଦେଶକ ଦୁଇଜଣଙ୍କୁ ଏକ କୋଟି ଟଙ୍କାର ଜରିମାନା ଦଣ୍ଡ ଦେଇଛନ୍ତି।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.