ଜିଲ୍ଲା

ଅନୁଗୁଳ: ୩ ପୁତ୍ରଙ୍କୁ ହତ୍ୟା କଲା ମା’ !

ଅନୁଗୁଳ:
ଗତକାଲି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିକଟରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁଜନିତ ଦୁଃଖ ଏବେ ବି ତାଜା ରହିଛି। ତେବେ ଆଜି ସେହି ଅନୁଗୁଳ ଜିଲ୍ଲାର ଆଉ ଏକ ନାରକୀୟ ଘଟଣା ସମଗ୍ର ରାଜ୍ୟରେ ଚର୍ଚାର ବିଷୟ ହୋଇଛି। ଜଣେ ମାଆ ତାର ୩ ଜଣ ଶିଶୁପୁତ୍ରଙ୍କୁ କୂଅ ଭିତରକୁ ଫିଙ୍ଗି ହତ୍ୟା କରିବା ଘଟଣା ଯେତିକି ଦୁଃଖଦ ସେତିକି ସମ୍ବେଦନଶୀଳ। ଆଜି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଆମ୍ବପାଳ ପଞ୍ଚାୟତର ଗୁରୁଜାଙ୍ଗ ଗାଁରୁ ମୃତ ୩ଟି ଶିଶୁପୁତ୍ରଙ୍କ ଶବ ଉଦ୍ଧାର କରାଯିବା ପରେ ସେମାନଙ୍କୁୁ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୁରୁଜାଙ୍ଗ ଗ୍ରାମର ବିନୋଦ ବେହେରାଙ୍କର ୩ ପୁଅ। ବୃନ୍ଦାବନ(୫ ବର୍ଷ), ରୋହିତ(୩ ବର୍ଷ) ଓ ରୋହନ(୧ ବର୍ଷ)। ଗତ କିଛିଦିନ ହେବ ବିନୋଦ  ଗଞ୍ଜେଇ କାରବାରରେ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ଅପରାହ୍ଣରେ ଲୋକେ ସୌଭାଗିନୀଙ୍କୁ ଦେଖିବାକୁ ପାଇ ନ ଥିଲେ କିମ୍ବା ତାଙ୍କର ୩ ପୁଅଙ୍କୁ ମଧ୍ୟ ଦେଖିବାକୁ ପାଇ ନ ଥିଲେ। ଦିନ ୨ଟା ବେଳେ ବିନୋଦଙ୍କ ବାଡ଼ି ପଟେ ଥିବା କୂଅରେ ୩ ଜଣ ଶିଶୁପୁତ୍ରଙ୍କୁ ଫିଙ୍ଗାଯାଇଥିବା ଜଣାପଡ଼ିବା ପରେ ବାମୁର ଅଗ୍ନଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ଶିଶୁ ୩ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ କେଉଁ ପରିସ୍ଥିତିରେ ଓ କାହିଁକି  ଏପରି କାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ। ବିଶେଷ କରି ବିନୋଦ ଜେଲରେ ଥିବା ବେଳେ ସୌଭାଗିନୀ  ଫେରାର ହୋଇଯିବା ଘଟଣା ସମସ୍ତଙ୍କୁ ସନ୍ଦେହରେ ପକାଇଛି।  ଶିଶୁପୁତ୍ରମାନଙ୍କ ହତ୍ୟା ପଛରେ ସୌଭାଗିନୀଙ୍କ ହାତ ଥିବା  ପୁଲିସ ସନ୍ଦେହ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button