ରାଜ୍ୟ

ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ଢେଙ୍କାନାଳ: ରାଜ୍ୟ ଅଙ୍ଗନବାଡ଼ି ମହିଳା କର୍ମୀ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଡେପୁଟି କଲେକ୍ଟର ସୌଦାମିନୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା।

ଭାରତୀୟ ମଜଦୂର ସଂଘ ରାଜ୍ୟ ସଂପାଦକ ଶ୍ରୀନିବାସ ଖୁଣ୍ଟିଆ, ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ସାହୁ, ସଭାନେତ୍ରୀ ପାର୍ବତୀ ରାଉତ, ସଂପାଦିକା ସୀମାରାଣୀ ରାଉତଙ୍କ ତତ୍ତ୍ୱାବଧାନରେ ଅଙ୍ଗନବାଡି କର୍ମୀ, ସହାୟିକା, ମିନି ଅଙ୍ଗନବାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ମାସିକ ୧୮୦୦୦ ଟଙ୍କା ପ୍ରଦାନ, ସହାୟିକାମାନଙ୍କ ପାଇଁ ୯୦୦୦ ଟଙ୍କା ପ୍ରଦାନ, ଅଙ୍ଗନବାଡିକର୍ମୀଙ୍କୁ ସୁପରଭାଇଜର ପଦବିକୁ ପଦୋନ୍ନତି, ଖାଲି ପଡିଥିବା ସୁପରଭାଇଜର ପଦବି ପୂରଣ କରିବା, ଗାଁ କଳ୍ୟାଣ ସମିତି କାର୍ଯ୍ୟରୁ ଅଙ୍ଗନବାଡିକର୍ମୀଙ୍କୁ ବାଦ୍‌ ଦେବା, ଅଙ୍ଗନବାଡିକର୍ମୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଗଠନ କରାଯିବା ସହ ପେନ୍‌ସନ୍‌ ଲାଗୁ କରାଯିବା ଆଦି ୧୨ ଦଫା ଦାବିରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button