ଜାତୀୟ

ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ; ଜଗନମୋହନ ରେଡ୍ଡୀ

ଆଓରି-ନୂଆଦିଲ୍ଲୀ(୨୩/୦୭) : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ବୋଲି ସେ କହିଛନ୍ତି। ଏମିତି ପଦକ୍ଷେପ ନେବାରେ ଏହା ଦେଶର ପ୍ରଥମ ରାଜ୍ୟ ହେବ।

ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ଘରୋଇ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ଅଧିନିୟମ ୨୦୧୯ ପାରିତ ହୋଇଛି। ଏହି ଅଧିନିୟମ ଅନୁସାରେ ସମସ୍ତ ଶ୍ରେଣୀର ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫% ଆସନ ସଂରକ୍ଷିତ ରହିବ। ଏହା ମଧ୍ୟରେ ଘରୋଇ କମ୍ପାନୀ, କାରଖାନା, ମିଳିତ ଉଦ୍ୟୋଗ ଆଦି ଅନ୍ତର୍ଭୁକ୍ତ ଅଛନ୍ତି। ଦୀର୍ଘ ଦିନ ହେବ ଅନେକ ରାଜ୍ୟ ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଆସୁଛନ୍ତି। ମଧ୍ୟପ୍ରଦେଶ ଜୁଲାଇ ୯ରେ ଘରୋଇ କମ୍ପାନୀ ଓ ପ୍ରତିଷ୍ଠାନ ଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ପାଇଁ ୭୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କହିଥିଲା। ଏହି ଦାବି କର୍ଣ୍ଣାଟକ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ମଧ୍ୟ ଉଠୁଛି। ଆନ୍ଧ୍ରପ୍ରଦେଶର ଅଧିନିୟମରେ କୁହାଯାଇଛି ଯେ ସ୍ଥାନୀୟ ଅଞ୍ଚଳରେ କୁଶଳୀ ବା ତାଲିମପ୍ରାପ୍ତ ଲୋକ ନଥିଲେ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କ ସହ ମିଶି ସେମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦେବେ ତାପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button