୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୬) : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ। ଶୁକ୍ରବାର ୱାଇଏସଆର କଂଗ୍ରେସର ଦଳୀୟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟ୍ରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଭାରତ ଇତିହାସରେ ପ୍ରଥମ ଘଟଣା ହେବ।
ଏସସି,ଏସଟି, ବିସି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଏହି ଉପ ମୁଖ୍ୟମନ୍ତ୍ରୀମାନଙ୍କୁ ଚୟନ କରାଯିବ । ଦେଶରେ ପ୍ରଥମଥର ପାଇଁ କୌଣସି ରାଜ୍ୟ ସରକାରରେ ୫ଜଣ ଉପମୁଖ୍ୟମନ୍ତ୍ରୀ ରହିବାକୁ ଯାଉଛନ୍ତି । ଏହାସହ ଏମିତି କରି ଜଗନ ମୋହନ ଦେଶରେ ଉଦାହରଣ ପାଲଟିବାକୁ ଯାଉଥିବା ମଧ୍ୟ ନିଜ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି ମହମ୍ମଦ ମୁସ୍ତଫା ।
ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ, ଶନିବାର ଦିନ ସେ ପୂର୍ଣ୍ଣ-କ୍ଷମ କ୍ୟାବିନେଟ୍ ଗଠନ କରିବେ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିବ। ସେମାନେ ସଂରକ୍ଷିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିବେ।