ରାଜନୀତି

୫ ଉପମୁଖ୍ୟମନ୍ତ୍ରୀ ଏବଂ ୨୫ଜଣ ମନ୍ତ୍ରୀଙ୍କ ସହିତ ଦାୟିତ୍ୱ ଗ୍ରହଣ କଲେ ଜଗନ ମୋହନ ରେଡ୍ଡୀ

ଇତିହାସ ରଚିଲା ଆନ୍ଧ୍ରପ୍ରଦେଶ । ଗୋଟିଏ ରାଜ୍ୟ କିନ୍ତୁ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ । ୱାଇଏସଆର କଂଗ୍ରେସର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଏଭଳି ୫ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ନିଷ୍ପତ୍ତିକୁ ସାରା ଦେଶରେ ଚର୍ଚ୍ଚା କରାଯାଉଛି ।

ତେବେ ଆଜି ଜଗନ ରେଡ୍ଡୀଙ୍କ ସରକାରର ୫ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଜଗନ ମୋହନ ରେଡ୍ଡୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ପାଇଁ ୫ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ନିଷ୍ପତ୍ତି ନେଇଥିଲେ ଜଗନ ମୋହନ ରେଡ୍ଡୀ । ସେଥିପାଇଁ ଗତକାଲି ୱାଇଏସଆର କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଜଗନ ୫ଟି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବା ନେଇ ଘୋଷଣା କରିଥିଲେ ।

ଜଗନଙ୍କ ନିଷ୍ପତ୍ତି କ୍ରମେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପ ସଂଖ୍ୟକ ଓ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଜଗନଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହାସହ ନବୀନ ପଟ୍ଟନାୟକ, ଜଗନ ରେଡ୍ଡୀ ଏବଂ ନୀତିଶ କୁମାରଙ୍କ ପାଖରୁ ସାମାଜିକ ନ୍ୟାୟ ବିଷୟରେ ଶିଖନ୍ତୁ ବୋଲି ମଧ୍ୟ କହିଥିଲେ ଶ୍ରୀକାନ୍ତ ।

Related Articles

Leave a Reply

Your email address will not be published. Required fields are marked *

Back to top button