ରାଜ୍ୟ

ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ

ଆଓରି(ତା୨୭|୪)-ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ଏହି ବୈଠକରେ ଆଲୋଚନା ହୋଇଛି।

ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ ବି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‌ସିମ୍‌ରତ କୌର ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button