ଜିଲ୍ଲା

ହର୍ବାଲ ଗାଡେନ ଉଦ୍‌ଘାଟନ କଲେ ଆଇଜି ଅମିତାଭ ଠାକୁର

ଆଓରି-ଭୁବନେଶ୍ଵର(୩/୮) : ଏକଦିବସୀୟ ଜିଲା ପରିଦର୍ଶନରେ ଆସି ଆଇନ ଓ ଶୃଙ୍ଖଳା ଆଇଜି ଅମିତାଭ ଠାକୁର ଶୁକ୍ରବାର ଖୋର୍ଦ୍ଧା ଟାଉନ ଥାନା ପରିସରରେ ହର୍ବାଲ ଗାଡେନ ଉଦ୍‌ଘାଟନ କରିଛନ୍ତି । ଏଥିରେ ଆଇଜି, ଏସପି, ଏସଡିପିଓ, ଟାଉନ ଥାନା ଆଇଆଇସି ପ୍ରମୁଖ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ସେହିପରି ଖୋର୍ଦ୍ଧା ଟାଉନ ଥାନାକୁ ମଡେଲ ପୋଲିସ ଷ୍ଟେଶନ କରିବା ପାଇଁ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଏସ୍‌ପି ଅଫିସରେ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଥିଲେ। ସଦର ଥାନା ଓ ଏସ୍‌ପି ଅଫିସ ଉଦ୍‌ଘାଟନ, ଥାନାର ମୋକଦ୍ଦମାକୁ କିପରି କମାଯାଇ ପାରିବ, ଲୋକେ କିପରି ଠିକ ସେବା ପାଇ ପାରିବେ, ତଦନ୍ତ ତ୍ୱରାନ୍ବିତ କିପରି କରାଯିବ ଆଦି ଉପରେ ସମୀକ୍ଷା କରିଥିଲେ। ଖୋର୍ଦ୍ଧା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ, ଲୁଟେରା ମାତିବା ଓ ବ୍ରାଉନସୁଗାର କାରବାର ନେଇ ସମୀକ୍ଷା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button