ରାଜନୀତି

ପଶ୍ଚିମବଙ୍ଗର ସାଂଗଠନିକ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଚଳିତମାସ ଶେଷ ସପ୍ତାହରେ କଲିକାତା ଆସିବେ ଅମିତ ଶାହ

ଆଓରି-ନୂଆଦିଲ୍ଲୀ(୧୩/୦୯)  : ପଶ୍ଚିମବଙ୍ଗର ସାଂଗଠନିକ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ବିଜେପି ସଭାପତି ଅମିତ ଶାହା ଚଳିତମାସ ଶେଷ ସପ୍ତାହରେ କଲକାତା ଆସିବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନାଡ୍ଡା କହିଛନ୍ତି। ଏହି ଅବସରରେ ଦୁର୍ଗାପୂଜା ମଣ୍ଡପ ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ତାଙ୍କ ସହିତ କେନ୍ଦ୍ରୀୟ କେତେକ ମନ୍ତ୍ରୀ ମଧ୍ୟ ରହିବେ। ଆସନ୍ତା ୨୭ କିମ୍ବା ୨୮ ତାରିଖ ଦିନ ଶ୍ରୀ ଶାହା ଆସିବାର ଅଧିକ ସମ୍ଭାବନା ରହିଛି। ଜମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ସମ୍ପର୍କରେ ସମ୍ମିଳନୀ କରିବା ସଙ୍ଗେସଙ୍ଗେ ଏନଆରସିକୁ ନେଇ ମଧ୍ୟ ଆଲୋଚନା କରିବେ। ବିଜେପି ସଭାପତି ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ଗସ୍ତକୁ ନେଇ ଦଳ ଏବଂ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button