ଜାତୀୟ

ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆରମ୍ଭ ହେଲା ମାଓ ବିରୋଧି ଅଭିଯାନ ବୈଠକ

ଆଓରି-ନୂଆଦିଲ୍ଲୀ(୨୬/୦୮) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ମାଓ ବିରୋଧି ଅଭିଯାନ ବୈଠକ ଆରମ୍ଭ ହୋଇଛି ।  ମାଓବାଦୀ ବିରୋଧି ଅଭିଯାନରେ ଏକ ଅନ୍ତଃ-ରାଜ୍ୟ ପରିଷଦ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଆଦି ଉପସ୍ଥିତ ଅଛନ୍ତି । ଓଡ଼ିଶା ସମେତ ୧୧ମାଓ ପ୍ରଭାବିତ ରାଜ୍ୟର ସୁରକ୍ଷା ସମ୍ପର୍କରେ ଆଲୋଚନା ଏହି ବୈଠକରେ ଆଲୋଚନା କରାଯାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button