୩୭୦ ହଟାଇବା ଲାଗି ରାଜ୍ୟସଭାରେ ସଙ୍କଳ୍ପ ପ୍ରସ୍ତାବ ଆଗତ କଲେ ଅମିତ ଶାହ
1 min read
ଆଓରି-ନୂଆଦିଲ୍ଲୀ(୦୫/୦୮) : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଜାମ୍ମୁ-କାଶ୍ମୀର ପରିସ୍ଥିତିରେ ଲାଗି ରହିଥିବା ଅନିଶ୍ଚିତତା ଏକପ୍ରକାର ସ୍ପଷ୍ଟ ହୋଇଛି। ରାଜ୍ୟରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେମାବାର କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେବା ସହିତ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସୋମବାର ଏ ନେଇ ସଙ୍କଳ୍ପ ପ୍ରସ୍ତାବ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ଶାହ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଲାଗି ସଙ୍କଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ପାହ୍ୟା ମଳିଛି। ରାଜ୍ୟରେ ଧାରା ୩୭୦ ହଟାଇବା ଲାଗି ସରକାର ବିଲ୍ ଆଣିବେ ବୋଲି ଶାହ ତାଙ୍କ ବିବୃତିରେ କହିଛନ୍ତି। ତେବେ ସଙ୍କଳ୍ପ ପ୍ରସ୍ତାବ ଆଗତ ପରେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟ ଜାରି ରହିଛି।