ରାଜ୍ୟ

ମିଶନ ୧୨୦+ ରଣନୀତି ପାଇଁ ଭୁବନେଶ୍ୱରରେ ଅମିତ ଶାହା

ଆଜିର ଓଡିଶା-ଭୁବନେଶ୍ୱର(୧/୭): ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଅବତରଣ କରିବା ପରେ ସେଠାରୁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବିମାନ ବନ୍ଦରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜେପି ପ୍ରବକ୍ତା ଶ୍ରୀ ସଂବିତ ପାତ୍ର, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ  ଉପସଭାପତି ସମୀର ମହାନ୍ତି ଏବଂ ଅନ୍ୟାନ୍ୟ ବହୁ Amit Shahବିଜେପି ନେତା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିଥିଲେ।

 

ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆରେ ଅମିତ ଶାହାଙ୍କ ଆଗମନ ଉପଲକ୍ଷ୍ୟେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳୀୟ ରଣନୀତି ପ୍ରସ୍ତୁତି କରିବାକୁ ଶ୍ରୀ ଶାହା ରାଜ୍ୟ ବିଜେପି ସଂସଦୀୟ ନିର୍ବାଚନ କ୍ଷେତ୍ରର ପୁଲିଙ୍ଗ ବୁଥ ଇନଚାର୍ଜ ଓ ସହ-ଇନଚାର୍ଜମାନଙ୍କୁ ସମ୍ଭୋଧିତ କରିଥିଲେ | ଶ୍ରୀ ପ୍ରଧାନ କହିଥିଲେ ଯେ ” ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମାର୍ଗଦର୍ଶନ ନିଶ୍ଚିତ ରୂପରେ ଓଡିଶାର ବିଜେପି କାର୍ଯ୍ୟକର୍ତାଙ୍କୁ ଏକ ନୂଆ ଉତ୍ସାହ ଓ ଉର୍ଜ୍ଜା ଯୋଗାଇଦେବ ଏବଂ ମିଶନ ୧୨୦ ଲକ୍ଷ ପ୍ରାପ୍ତ କରିପାରିବ” |

ଭୁବନେଶ୍ୱର, ପୁରୀ ଓ କଟକ ସଂସଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା ୨ ଜଣ ଲେଖାଏଁ ପ୍ରତିନିଧିସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବେ।ଆସନ୍ତାକାଲି  ଶ୍ରୀ ଶାହା ନୂଆଦିଲ୍ଲୀ ଫେରିଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button