ରାଜ୍ୟ

ଓଡିଶା ଗସ୍ତରେ ଅମିତ ଶାହ

ଆଓରି-ଭୁବନେଶ୍ଵର(୨୯/୦୧) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ସେ ହେଲିକପ୍ଟର ଜରିଆରେ ସତ୍ୟାଭାମାପୁରରେ ପହଞ୍ଚିଛନ୍ତି । ଏଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନରେ ପହଞ୍ଚି ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଶାହ ।Amit-Saha-In-Odisha

ଉପକୂଳ ଓଡିଶା ସଂଗଠନକୁ ମଜଭୁତ୍‌ କରିବା ପାଇଁ ନିଜେ ଦାୟିତ୍ୱ ନେଇଛନ୍ତି ଅଧ୍ୟକ୍ଷ ଅମିତ ଶାହା । ଆଗାମୀ ନିର୍ବାଚନରେ କେମିତି ଦଳକୁ ସଫଳତା ମିଳିବ ସେହି ପ୍ରଚେଷ୍ଟାରେ ଲାଗି ପଡ଼ିଛନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ବୃହତ ବିଜୟ ହାସଲ କରିବ ବୋଲି ପୂର୍ବରୁ ଶାହ କହିଥିବା ବେଳେ କାର୍ଯ୍ୟକର୍ତ୍ତାଙ୍କୁ ୧୨୦+ ମିଶନର ଟାକ୍ସ ଦେଇଥିଲେ ।

କୁଳିଆରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରର ବୁଥ୍ ସ୍ତରୀୟ ପ୍ରାୟ ୨୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏମିତିକି ୨୦୧୯ ପାଇଁ କର୍ମୀଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତି କରିବେ ବୋଲି ମଧ୍ୟ ଜଣାପଡ଼ିଛି ।

ତେବେ ଆଜିର କାର୍ଯ୍ୟକ୍ରମ ପରେ ଫେବୃୟାରୀ ୩ତାରିଖରେ ପୁଣି ଓଡିଶା ଆସିବେ ଶାହ । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ବିଜେପିର ନଜର ଓଡିଶା ଉପରେ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button