ରାଜନୀତିରାଜ୍ୟ

ପଶ୍ଚିମ ଓଡିଶାର ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହା

      ଆଜିର ଓଡିଶା (ତା୫|୪)- ଅମିତ୍ ଶାହା ଦ୍ୱିତୀୟ ଦିନରେ ବଲାଙ୍ଗୀର ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୁବ ସମାବେଶରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଆରମ୍ଭରୁ ବଲାଙ୍ଗିର ପୁଲିସ ୩ ଜଣ ଦଳିତ ନେତା ଓ ଦେଓଗାଁର ୧୩ ଜଣଙ୍କୁ ପୁଲିସ ଅଟକ ରଖିଛି ।

ଶ୍ରୀ ଶାହା ବଲାଙ୍ଗିରରେ ପହଞ୍ଚି ଦେଓଗାଁର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ  ଭୋଜନ କରିଥିଲେ । ମାଟି ଘରେ ସପରେ ବସିବା ସହ  ଖଲି ପତ୍ର ଓ ଦନାରେ ଅମିତ୍ ଶାହାଙ୍କୁ ଖାଦ୍ୟ ପରଷା ଯାଇଥିଲା । ମହେଶ୍ୱର ସୁନାଙ୍କ ପତ୍ନୀ ଭାତ, ମୁଗ ଡାଲି, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷା,କାକରା ଇତ୍ୟାଦି ବ୍ୟଞ୍ଜନ ଅମିତ ଶାହାଙ୍କୁ ପରଷି ଥିଲେ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଂଗୀତା ସିଂହଦେଓ, କେ.ଭି. ସିଂହଦେଓ ପ୍ରମୁଖ ମଧ୍ୟାହ୍ନ ଭୋଜନରେ ସାମିଲ ଥିଲେ । ପରେ ଅମିତ ଶାହା , ମହେଶ୍ୱର ସୁନାଙ୍କ ପରିବାର ସହ କିଛି ସମୟ ଆଲୋଚନା କରିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button