ରାଜନୀତିରାଜ୍ୟ

ଅମିତ ଶାହ : ଗାଦି ଛାଡ଼, ଆମେ ଦୁଇ ବର୍ଷରେ କରି ଦେଖାଇଦେବୁ

  ଆଜିର ଓଡିଶା (ତା୬|୪)–    ଓଡ଼ିଶାର ପ୍ରାୟ ୧୨ହଜାର ଗାଁକୁ ରାସ୍ତା ସଂଯୋଗ ହୋଇ ନାହିଁ। ଯଦି ଏହି ରାସ୍ତା କରିପାରୁ ନାହଁ, ତାହେଲେ ତୁରନ୍ତ ଜାଗା ଖାଲିକର ବୋଲି ବୁଧବାର ଭବାନୀପାଟଣାରେ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି।ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଶାହ କହିଥିଲେ ଯେ, ଓଡ଼ିଶାରେ ୩୬ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ନାହିଁ। ସୌଭାଗ୍ୟ ଯୋଜନାରେ ୨୦୨୧ ପୂର୍ବରୁ ସମସ୍ତ ଘରକୁ ଆଲୋକ ଦେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ୫୦ ପ୍ରତିଶତ ଲୋକଙ୍କ ଘର ନାହିଁ। ୨୦୨୨ ସୁଦ୍ଧା ସମସ୍ତ ଘର ପକ୍କାଘର କରାଯିବ। ସେହିଭଳି ୧୨ ହଜାର ୪୪୨ ଗାଁକୁ ରାସ୍ତା ନାହିଁ। ତେଣୁ ୧୮ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ତୁମେ ଜାଗା ଖାଲି କର ଆମେ ଦୁଇବର୍ଷ ମଧ୍ୟରେ ଏହା କରି ଦେଖାଇବୁ ବୋଲି ଚାଲେଞ୍ଜ କରିଥିଲେ। ଭାରତର ୨୦ଟି ରାଜ୍ୟରେ ବିଜେପି ଶାସନାଧୀନ ହୋଇଥିବା ବେଳେ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହାତ ମିଳାଇ ବିଜେପି ସରକାର ଗଢିବା ଦିଗରେ କର୍ମକର୍ତ୍ତା ଅଣ୍ଟା ଭିଡ଼ିବାକୁ ଆହ୍ଵାନ ଦେଇଥିଲେ। କିଛିଦିନ ତଳେ ସୁପ୍ରିମ କୋର୍ଟର ରାୟକୁ ବିରୋଧ କରି ବିରୋଧୀମାନେ ଆନ୍ଦୋଳନ କରିଲେ। ଯାହା ଫଳରେ ୧୦ଜଣ ନିରୀହଙ୍କ ମୃତ୍ୟୁ ହେଲା। ଏଥିପାଇଁ ସେମାନେ ହିଁ ଦାୟୀ ଅଟନ୍ତି। ବିଜେପି କେବେ ମଧ୍ୟ ସଂରକ୍ଷଣ ବିରୋଧରେ ନୁହେଁ।ସେ କହିଲେ, ଦେଶର ବିଭିନ୍ନ ରାଜ୍ୟରେ ବିକାଶ ପାଇଁ ବହୁ ଓଡ଼ିଆ ନିଜର ପରାକାଷ୍ଠା ଦେଖାଇଥିବା ବେଳେ ନିଜ ରାଜ୍ୟର ବିକାଶ ପାଇଁ ସହଯୋଗ କରିପାରୁ ନାହିଁ। ଓଡ଼ିଆ ଯୁବକମାନଙ୍କୁ ନିଜ ରାଜ୍ୟରେ ରୋଜଗାର ପ୍ରଦାନ କଲେ ସେମାନେ ନିଜର ଦକ୍ଷତା ପ୍ରତିପାତିଦ କରିପାରିବେ ବୋଲି ଅମିତ ଶାହ କହିଥିଲେ।

କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ କରିବା ପାଇଁ ତାମିଲନାଡୁର ଏକ ସଂସ୍ଥାକୁ ଦାୟିତ୍ୱ ଦେଇ ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଠକିଛନ୍ତି। କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅନୁଦାନରେ ମେଡିକାଲ କଲେଜ ନିର୍ମାଣ ହେବା କଥା। କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏହା ହୋଇପାରୁ ନାହିଁ। କଳାହାଣ୍ଡି ହେଉଛି ଦାନ ମାଝୀର ଜିଲ୍ଲା ଓ ଦାନ ମାଝୀ ହେଉଛନ୍ତି ସ୍ୱାସ୍ଥ୍ୟ ସେବା ଅବହେଳାର ଗୋଟିଏ ନମୁନା। ଏହି ଅଞ୍ଚଳରେ ମହିଳାମାନେ ରାସ୍ତା ଘାଟରେ ପ୍ରସବ କରୁଛନ୍ତି। ଠିକ ଭାବେ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ଏହି ଅଞ୍ଚଳର ଶିଶୁ କୁପୋଷଣର ଶିକାର ହେଉଛନ୍ତି।ଅନ୍ୟପକ୍ଷରେ ଆଜିର ଏହି ଜନ ସମାବେଶ ପରିପ୍ରେକ୍ଷୀରେ ଏକ ନୂଆ ଓଡ଼ିଶା ଗଠନ ପାଇଁ କଳ୍ପନାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପେଟୋ୍ରଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିଭଳି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଭାଷଣରେ କହିଥିଲେ, କଂଗ୍ରେସ ବର୍ତ୍ତମାନ ଶାସକ ଦଳର ହାତବାରିସୀ ସାଜିଛି। କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି।ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ପ୍ରଦୀପ୍ତ ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button