April 19, 2024

ବିଜେପି ସେବା ସପ୍ତାହ ଅବସରରେ ହସ୍ପିଟାଲ ପରିସରକୁ ଝାଡ଼ୁ ମାରିଲେ ଅମିତ ଶାହ ଏବଂ ଜେପି ନଡ୍ଡା

1 min read
Amit Saha and J.P Nadda Sweeps Floor At AIIMS As Part Of BJP's Seva Saptah

ଆଓରି-ନୂଆଦିଲ୍ଲୀ(୧୪/୦୯) : ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି । ସେହିଭଳି ଆଜି ଭୁବନେଶ୍ୱରରେ ସେବା ସପ୍ତାହ ପାଳନ ଉତ୍ସବର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସ ହସ୍ପିଟାଲ ଗସ୍ତ କରି ସେଠାରେ ଚିକିତ୍ସିତ ହେଉଥିବା ଛୋଟ ପିଲାଙ୍କୁ ଭେଟିବା ସହ ଫଳ ମଧ୍ୟ ପ୍ରଦାନ କରିଛନ୍ତି ।  ଏହାସହ କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର କାର୍ଯ୍ୟକାରୀ ସଭାପତି  ସଫା କରିଥିଲେ । ଏହି ସମୟରେ ବିଜେପିର ବରିଷ୍ଠ ନେତା ବିଜୟ ଗୋଏଲ ଏବଂ ବିଜେନ୍ଦ୍ର ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.