ଭାରତୀୟ ଜାତୀୟ ସଙ୍ଗୀତ ଗାନ କଲେ ଆମେରିକା ସେନା ବାହିନୀ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୯) : ବିଦେଶରେ ଭାରତୀୟ ଜାତୀୟ ସଂଙ୍ଗୀତ ଗାନ । ଏହା କୌଣସି ନୂଆ କଥା ନୁହେଁ । କିନ୍ତୁ, ଗୋଟିଏ ଦେଶର ସେନା ବାହିନୀ ଯଦି ଆଉ ଏକ ଦେଶର ଜାତୀୟ ସଙ୍ଗୀତ ଗାନ କରିବେ, ତେବେ ଏହା କୌଣସି ସାଧାରଣ କଥା ନୁହେଁ । ମନରେ ସେତିକି ସମ୍ମାନ ଓ ଆଦର ଥିଲେ ଗୋଟିଏ ଦେଶର ସେନା ବାହିନୀ ଅନ୍ୟ ଦେଶର ଜାତୀୟ ସଙ୍ଗୀତ ଗାନ କରିପାରେ ।
ଏ ହେଉଛି ନୂଆ ଭାରତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତର ଏହା ଏକ ପ୍ରତିଫଳନ ବୋଲି ଏହା ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ମୋଦି ହୈ ତୋ ମୁମ୍କିମ୍ ହୈ ବୋଲି ସୋସିଆଲ ମିଡିଆରେ ଏହି ଭିଡିଓରେ ଅନେକ କମେଣ୍ଟ ଦେଖିବାକୁ ମିଳିଛି ଏବଂ ଏହି ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।
ସୂଚନାଅନୁଯାୟୀ, ଓ୍ଵାସିଂଟନ୍ରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସେନାର ବ୍ୟାଣ୍ଡ୍ ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଧୁନ୍ ବଜାଇଛନ୍ତି । ତୂରୀରେ ଆମେରିକୀୟ ସୈନିକମାନେ ଭାରତୀୟ ଜାତୀୟ ସଙ୍ଗୀତ ବଜାଉଥିବାର ଭିଡିଓ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ବୁଧବାର ଦିନ ଥିଲା ମିଳିତ ସମରାଭ୍ୟାସର ଅନ୍ତିମ ଦିବସ । ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜନ କରାଯାଉଥିବା ଏହି ସମରାଭ୍ୟାସର ଏହା ଥିଲା ୧୫ଶ ସଂସ୍କରଣ।