ଜାତୀୟ

ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ

ଆଓରି-ନୂଆଦିଲ୍ଲୀ(୨୬/୦୬) : ଇରାନ ସଙ୍କଟ, ଆତଙ୍କବାଦର ଚ୍ୟାଲେଞ୍ଜ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ।

ମୋଦୀଙ୍କୁ ଭେଟିବା ପରେ ପମ୍ପିଓ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କର ଏବଂ ଅଜିତ ଡୋଭାଲଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ଜି-୨୦ ଶିଖର ସମ୍ମିଳନୀରେ ହେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ନେଇ ଏଜେଣ୍ଡା ସ୍ଥିର କରାଯିବ। ପମ୍ପିଓଙ୍କ ସହିତ ଆଲୋଚନା ବେଳେ ଭାରତ ଆତଙ୍କବାଦ, ଇରାନ ଏବଂ ଆଣ୍ଟି ମିଜାଇଲ ସିଷ୍ଟମ ଏସ-୪୦୦ ଉପରେ ନିଜର ନିଷ୍ପତ୍ତି ଆମେରିକାକୁ ଜଣାଇବ। ରୁଷଠାରୁ ଏସ-୪୦୦ କିଣିବା ଲାଗି ଭାରତର ଉଦ୍ୟମକୁ ଆମେରିକା ବିରୋଧ କରୁଛି ଏବଂ ଭାରତକୁ ପ୍ରତିବନ୍ଧକର ଧମକ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button