ଆମେରିକା ଏଫ୍-୧୬ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ
1 min read
ଆଜିର ଓଡିଶା (ତା୫|୪)– ଆମେରିକା ଏଫ୍-୧୬ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ବିମାନ ପାଇଲଟଙ୍କର ମୃତ୍ୟୁ ଘଟିଥିବା ଆମେରିକା ବାୟୁସେନା ପକ୍ଷରୁ କୁହାଯାଇଛି। ଜେଟ୍ ବିମାନଟି ରୁଟିନ୍ ଅଭ୍ୟାସ ସମୟରେ ନେଲିସ୍ ବାୟୁସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଉଁ କାରଣରୁ ଏହା ଘଟିଛି ସେନେଇ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାରଠାରୁ ଇତିମଧ୍ୟରେ ୩ଟି ଆମେରିକା ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।