ଆନ୍ତର୍ଜାତୀୟ

ଆତଙ୍କବାଦକୁ ପାକିସ୍ତାନ ଦେଉଥିବା ପ୍ରଶୟ ଆଉ ବରଦାସ୍ତ କରାଯିବ ନାହିଁ- ଟ୍ରମ୍ପ

ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ହ୍ଵାଇଟ୍‌ ହାଉସ ଠାରେ ଆଫଗାନିସ୍ତାନ ନୀତିର ଉଦ୍‌ଘାଟନ ଅବସରରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ବରାବର ଆଶ୍ରୟ ଦେଉଥିବାରୁ କଡ଼ା ଚେତାବନୀ ଦେଇଛନ୍ତି।  ମୌଳବାଦୀ ଆତଙ୍କବାଦୀ ଓ ତାଲିବାନ ଆତଙ୍କବାଦୀଙ୍କୁ ଯେପରି ପାକିସ୍ତାନ ପ୍ରଶୟ ଦେଉଛି ତାକୁ ଆଉ ଆମେରିକା ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ଟ୍ରମ୍ପ୍‌ କଡ଼ା ଭାଷାରେ ପାକିସ୍ତାନକୁ ଶୁଣାଇ ଦେଇଛନ୍ତି। ପାକିସ୍ତାନ ଆତଙ୍କବାଦୀମାନଙ୍କ ପାଇଁ ଏକ ପେଣ୍ଠସ୍ତଳି ପାଲଟିଛି ବୋଲି ଅଭିଯୋଗ କରି ଡୋନାଲ୍ଡ କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ଯଦି ଏହିପରି ସମର୍ଥନ ଜାରି ରଖେ ତେବେ ପାକିସ୍ତାନକୁ ବହୁତ କିଛି ହରାଇବାକୁ ପଡ଼ିବ। କିନ୍ତୁ ଆମ ଆଫଗାନିସ୍ତାନ ନୀତି ସହିତ ରହିଲେ ପାକିସ୍ତାନ ବହୁତ କିଛି ସୁବିଧା ପାଇବ ବୋଲି ମଧ୍ୟ ଶ୍ରୀ ଟ୍ରମ୍ପ ପରୋକ୍ଷରେ କହିଛନ୍ତି।

ଏହି ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ଯେ ଆଫଗାନିସ୍ତାନ ଓ ଏହାର  ସେନା ଯେହେତୁ ତାଲିବାନ ଆତଙ୍କବାଦୀ ସହିତ ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନଙ୍କୁ ଆମେରିକା ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button