ଜାତୀୟ

ଆତଙ୍କବାଦୀ ବିରୁଦ୍ଧରେ ଭାରତ ସହ ଯୁଦ୍ଧ ପାଇଁ ହାତ ମିଳାଇଲେ ଆମେରିକା, ବ୍ରିଟେନ, ଫ୍ରାନ୍ସ

ଆଓରି-ନୂଆଦିଲ୍ଲୀ(୨୮/୦୨) : ପୁଲୱାମା ଆତଙ୍କବାଦୀ ହମଲା ପରେ ଆତଙ୍କବାଦୀ ବିରୁଦ୍ଧରେ ଭାରତ ସହ ଯୁଦ୍ଧ ପାଇଁ ହାତ ମିଳାଇଛନ୍ତି ଆମେରିକା, ବ୍ରିଟେନ, ଫ୍ରାନ୍ସ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏହି ରାଷ୍ଟ୍ର ସମୂହ ପାକ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍ ଏ ମହମ୍ମଦ ଓ ଏହାର ପ୍ରମୁଖ ମସୁଦ ଅଜହରକୁ କଳା ତାଲିକା ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

କିନ୍ତୁ ଚୀନ ଏହାକୁ ବିରୋଧ କରିପାରେ । ଏହାପୂର୍ବରୁ ଚୀନ ୟୁଏନରେ ଇସଲାମିକ୍ ଷ୍ଟେଟ ଓ ଅଲକାଏଦା ଓ ଜେଇଏମ ନେତା ମସୁଦ ଅଜହର ଉପରେ ପ୍ରତିବନ୍ଧ ଲଗାଇବାକୁ ବିରୋଧ କରିଥିଲା । ତେବେ ଏହି ନୂଆ ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଚୀନ କୌଣସି ବୟାନ ଦେଇନାହିଁ । ତେବେ ଏହି ପ୍ରସ୍ତାବ ଉପରେ ମାର୍ଚ୍ଚ ୧୩ ସୁଦ୍ଧା ଆପତ୍ତି ଉଠାଯିବାର ସମୟସୀମା ରହିଛି ।

ସୂଚନାଯୋଗ୍ୟ, ୨୦୦୯ରେ ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଜାତିସଂଘ ନିକଟରେ ପ୍ରସ୍ତାବ ରଖିଥିଲା । ଏହାପରେ ଭାରତ ୨୦୧୬ ଓ ୨୦୧୭ ରେ ମସୁଦ ଅଜହରକୁ ବୈଶ୍ୱିକ ଆତଙ୍କୀ ଘୋଷଣା କରିବାକୁ ଆଉଥରେ ଜାତିସଂଘ ନିକଟରେ ପ୍ରସ୍ତାବ ରଖିଥିଲା । କିନ୍ତୁ ପ୍ରତିଥର ଚୀନ ଏହାକୁ ବିରୋଧ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button