ବାଣିଜ୍ୟ

ଜିଏସ୍‌ଟି ସ୍କିମ୍‌ରେ କରାଯିବ ପରିବର୍ତ୍ତନ

ଆଓରି-ନୂଆଦିଲ୍ଲୀ(୨/୮) : ନୂତନ ପରୋକ୍ଷ ଟିକସ ବ୍ୟବସ୍ଥା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର କମ୍ପୋଜିଶନ ସ୍କିମ୍‌ରେ ପରିବର୍ତ୍ତନ କରାଯିବ। ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ବ୍ୟବସାୟୀମାନଙ୍କର ବାର୍ଷିକ କାରବାର ୧ କୋଟି ମଧ୍ୟରେ ସୀମିତି ସେମାନେ ଏହି କମ୍ପୋଜିଶନ ସ୍କିମ୍‌ରେ ସାମିଲ ହୋଇ ପାରିବେ। କିନ୍ତୁ ଏହାକୁ ୧ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ବର୍ତ୍ତମାନ ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। କମ୍ପୋଜିଶନ ସ୍କିମ୍‌ ସହିତ କେନ୍ଦ୍ରୀୟ ଜିଏସ୍‌ଟି ଆଇନ୍‌, ସମନ୍ଵିତ ଜିଏସ୍‌ଟି ଆଇନ୍‌, କମ୍ପୋଜିଶନ ସେସ୍‌ ସମେତ ପ୍ରାୟ ୪୬ଟି ଆଇନ୍‌ରେ ସଂଶୋଧନ ପାଇଁ କରାଯିବ। ବୁଧବାର ଏହାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ବୋଲି ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button