ରାଜ୍ୟ

ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ବଞ୍ଚିଗଲା ନାବାଳିକା ଜୀବନ

ଆଓରି-ଭୁବନେଶ୍ଵର(୧୬/୧୨) : ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ତେବେ ଏହି ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ଅନେକ ସମୟରେ ବହୁ ଜୀବନ ରକ୍ଷା ପାଉଥିବା ନଜିର ରହିଛି। କଳାହାଣ୍ଡି ଜିଲା ଗୋଲମୁଣ୍ଡା ବ୍ଲକ୍‌ରେଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଜଣେ ୧୬ ବର୍ଷୀୟା ବାଳିକା ୧୫ରୁ ଅଧିକ ଫଲିକ୍‌ ଏସିଡ଼ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା। ୧୦୮ ଆମ୍ବୁଲାନ୍ସ ଇଏମ୍‌ଟି ମଳୟ କୁମାର ମେହେର ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମେଡିକାଲ ଅଧିକାରୀ ଡା. ନାଗମଣି କୁମାରଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ପରାମର୍ଶ ଅନୁସାରେ ନାବାଳିକାରଙ୍କର  ସିପିଆର୍‌ କରାଇ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସମ୍ପୃକ୍ତ ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି। ବିଳମ୍ବ ହୋଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିଲା। ଏହିକାର୍ଯ୍ୟ ପାଇଁ ମଳୟଙ୍କୁ ପ୍ରଶଂସା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button