ରାଜ୍ୟ

ରୋଗୀଙ୍କୁ ରକ୍ତ ଦାନ କଲେ ଆମ୍ବୁଲାନ୍ସ ଡ୍ରାଇଭର

ଆ.ଓ.ରି(ତା୨୯|୫)-ଏବେ ବି ବଞ୍ଚିଛି ମାନବିକତା। ରକ୍ତର ନ ହୋଇ ମଧ୍ୟ ଠିକ୍ ସମୟରେ ରକ୍ତଦାନ କରି ରକ୍ତର ସର୍ମ୍ପକ ଠାରୁ ଅଧିକ ନିଜର ହୋଇ ଦେଖାଇଛନ୍ତି ଜଣେ ଯୁବକ।

ଆଜି ଯେଉଁଠି ମାନବିକତା,ମଣିଷପଣିଆ ଆଉ ବିବେକକୁ ଅନେକ ଜାଗାରେ ଖୋଜିବାକୁ ପଡ଼ୁଛି ସେଇଠି ମାଲକାନଗିରି ମାଥିଲିରେ ମଣିଷ ପଣିଆର ଉତ୍କୃଷ୍ଟ ଉଦାହରଣ ପାଲଟିଛନ୍ତି କ୍ରିଷ୍ଣା ରାଓ। ଯିଏକି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁାଲାନ୍ସର ଡ୍ରାଇଭର।

ମାଥିଲିର  ମୌନାବତୀ ଧାଙ୍ଗଡାମାଝୀ ନାମକ ଜଣେ ମହିଳା କୌଣସି ଏକ ରୋଗରେ ପୀଡିତ ହୋଇ ଆସିଥିଲେ ଚିକିତ୍ସାଳୟ।ଆଉ ମୌନାବତୀଙ୍କୁ ବଞ୍ଚାଇବାକୁ ରକ୍ତ ନିହାତି ଦରକାର ବୋଲି କହିଥିଲେ ଡାକ୍ତର। ହେଲେ ଏକାକୀ ଆସିଥିବା ମୌନାବତୀଙ୍କୁ ରକ୍ତ କିଏ ଦେବା ଭଳି ସ୍ଥିତି ଯେବେ ଦେଖା ହୋଇଥିଲା ସେତେବେଳ ଆଗକୁ ଆସିଥିଲେ କ୍ରିଷ୍ଣା। କ୍ରିଷ୍ଣା ନା କେବଳ ରକ୍ତ ଦେଇଥିଲେ ବରଂ ମାଥିଲି ଚିକିତ୍ସାଳୟରେ ରକ୍ତଭଣ୍ଡାର ନ ଥିବାରୁ ମାଲକାନଗିରି ଆସି ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ କରି ନେଇଥିଲେ ନିଜେ କ୍ରିଷ୍ଣା ରାଓ।

ମୌନାବତୀଙ୍କର ଦୁନିଆରେ କେହି ନ ଥିବା ବେଳେ କ୍ରିଷ୍ଣା ଯେଉଁଭଳି ଆଗକୁ ଆସି ରକ୍ତଦାନ କରି ତାଙ୍କୁ ଜୀବନଦାନ କରିଛନ୍ତି ସେଥିପାଇଁ ସାରା ଜୀବନ ତାଙ୍କ ପାଖେ ଋଣୀ ରହିବେ ବୋଲି କହିଛନ୍ତି ମୌନାବତୀ। ଆଉ ଏ ଖବର ଚାରିଆଡ଼େ ପ୍ରଚାର ହେବା ପରେ କ୍ରିଷ୍ଣାଙ୍କ ପ୍ରଶଂଶା ଏବେ ଶତମୁଖରେ।

Related Articles

Leave a Reply

Your email address will not be published. Required fields are marked *

Back to top button