ସ୍କିଲ୍ ଇଣ୍ଡିଆ ଅଭିଯାନରେ ଆମ୍ୱେ ସହଭାଗିତା
1 min read
ଆଓରି-ନୂଆଦିଲ୍ଲୀ(୧୭/୭) : ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍ଏମ୍ସିଜି କମ୍ପାନୀ ଆମ୍ୱେ ଇଣ୍ଡିଆ ସକ୍ରିୟ ଅଛି। ରିଟେଲର୍ସ ଆସୋସିଏସନ ସ୍କିଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଆରଏଏସ୍ସିଆଇ) ସହିତ ଏହା ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ। ଭାରତ ସରକାରଙ୍କ ପ୍ରାଧୀକୃତ ସଂସ୍ଥା ଯଥା ଆରଏଏସ୍ସିଆଇର ନ୍ୟାଶ୍ନାଲ୍ ସ୍କିଲ୍ କ୍ୱାଲିଫିକେସନ ଫ୍ରେମ୍ୱାର୍କ (ଏନ୍ଏସ୍କ୍ୟୁଏଫ୍) ଅଧିନରେ ଡାଇରେକ୍ଟ ସେଲରମାନଙ୍କ ଦକ୍ଷତା ବିକାଶ କରିବା ଆମ୍ଓ୍ବେର ଲକ୍ଷ୍ୟ। ଭୁବନେଶ୍ୱରଠାରେ ସ୍କିଲ୍ ଇଣ୍ଡିଆର ତୃତୀୟ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆମ୍ୱେ ଇଣ୍ଡିଆର କର୍ପୋରେଟ୍ ବ୍ୟାପାର ଉପସଭାପତି ରଜତ ବାନାର୍ଜୀ ଓ ଆରଏଏସ୍ସିଆଇର ଏକ୍ଜିକ୍ୟୁଟିଭ୍ ହେଡ୍ ଜେମ୍ସ ଏ. ରାଫେଲ୍ଙ୍କ ମଧ୍ୟରେ ଏମ୍ଓୟୁ ସମ୍ପାଦିତ ହୋଇଛି। ଏହି ବୁଝାମଣା ସ୍ବାକ୍ଷର ହେବା ଦ୍ୱାରା ଆମ୍ୱେ ଇଣ୍ଡିଆ ଦ୍ୱିତୀୟ ବର୍ଷ ପାଇଁ ଏହାର ଡାଇରେକ୍ଟ ସେଲରମାନଙ୍କର ଦକ୍ଷତା ବିକାଶ ନିମନ୍ତେ ମାଗଣା ତାଲିମ୍ କାର୍ଯ୍ୟକ୍ରମକୁ ପ୍ରସାରିତ କରିବ। ୫୧୦୦୦ ପ୍ରତ୍ୟକ୍ଷ ସେଲର ଏବଂ ରିଟେଲରମାନେ ଉପକୃତ ହେବେ। ଇଣ୍ଡିଭିଜୁଆଲ୍ ସେଲ୍ସ ପ୍ରଫେସନାଲ୍ ଏବଂ ରିଟେଲ୍ ସେଲ୍ସ ଆସୋସିଏଟ୍ ଦୁଇଟି ବର୍ଗ ଅଧିନରେ ଏମାନେ ପ୍ରମାଣପତ୍ର ପାଇବେ। ଗତ ବର୍ଷ ଆମ୍ଓ୍ବେର ୬୦୦୦ରୁ ଅଧିକ ଡାଇରେକ୍ଟ ସେଲରମାନଙ୍କୁ ଏହି କାର୍ଯ୍ୟକ୍ରମ ଅଧିନରେ ଇଣ୍ଡିଭିଜୁଆଲ୍ ସେଲ୍ସ ପ୍ରଫେସନାଲ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଆମ୍ୱେ ଇଣ୍ଡିଆ ସିଇଓ ଅଂଶୁ ବୁଦ୍ଧରାଜା କହିଛନ୍ତି ଯେ ରିଟେଲର୍ସ ଆସୋସିଏସନ ସ୍କିଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସହଯୋଗରେ ଆମେ ଆମର ଡାଇରେକ୍ଟ ସେଲରମାନଙ୍କର ଦକ୍ଷତା ବଢ଼ାଇପାରିବୁ।