March 24, 2023

ପ୍ରଧାନମନ୍ତ୍ରୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଜଜ୍‌ଙ୍କ ଚିଠି

1 min read

ଆଅରି-ଲକ୍ଷ୍ନୌ(୦୩/୦୭): ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ କରାଯାଉଥିବା ବିଚାରପତି ନିଯୁକ୍ତିରେ ‘ଆତ୍ମୀୟବାଦ ଏବଂ ଜାତିବାଦ ଚାଲିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ରଙ୍ଗନାଥ ପାଣ୍ଡେ।

ସେ ହିନ୍ଦୀରେ ଲେଖିଛନ୍ତି, ଦୁଃଖର ବିଷୟ, ଭାରତର ବିଚାର ବ୍ୟବସ୍ଥା ଆତ୍ମୀୟବାଦ ଏବଂ ଜାତିବାଦ ଦ୍ୱାରା ଖୁବ୍‌ ପ୍ରଭାବିତ। ବିଚାରପତିମାନଙ୍କ ପରିବାରର ହୋଇଥିଲେ ପରବର୍ତ୍ତୀ ବିଚାପତି ହେବାକୁ ତାଙ୍କ ପାଳି ନିଶ୍ଚିତ ପଡ଼ିବ। ସେ ଆହୁରି କହିଛନ୍ତି ଯେ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ବିଚାରପତି ନିଯୁକ୍ତି ନମନ୍ତେ କୌଣସି ଧାରା ନାହିଁ। ସମ୍ପ୍ରତି ପ୍ରଚଳିତ ଧାରା ଆତ୍ମୀୟବାଦ ଏବଂ ଜାତିବାଦ ଆଧାରିତ। ବିଚାରପତିମାନଙ୍କ ନିଯୁକ୍ତି ସ୍ୱେଚ୍ଛାଚାର ନୀତିରେ ହେଉଥିବାରୁ ସେମାନଙ୍କର ରାୟ ମଧ୍ୟ ସେମାନଙ୍କ ଇଚ୍ଛାମତେ ହେଉଛି।
କପେ ଚା ପିଆଯାଇ ବରିଷ୍ଠ ବିଚାରପତିମାନେ ରୁଦ୍ଧ ଦ୍ୱାର ବୈଠକରେ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କୁ ଚୟନ କରାଯାଉଛି ବୋଲି ସେ ଲେଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ଗୋପନରେ କରାଯାଉଛି। ସବୁ ସରିବା ପରେ ହିଁ ଯାଇ ସର୍ବସାଧାରଣରେ ବିଚାର ପତିଙ୍କ ନାମ ଘୋଷଣା କରାଯାଉଛି। ସୁତରାଂ କେଉଁ ଆଧାରରେ ଜଣେ ବିଚାରପତିଙ୍କୁ ନିଯୁକ୍ତି ମିଳୁଛି ତାହା କେହି ଜାଣି ପାରନ୍ତି ନାହିଁ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.