ରାଜ୍ୟ

ପ୍ରଥମେ ଏସଇସିସି ତାଲିକା ପରେ ଦେଶର ସବୁ ବର୍ଗର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ : ଧର୍ମେନ୍ଦ୍ର ପ୍ରଧାନ

ଆଓରି- ଭୁବନେଶ୍ଵର(୧୮/୬):  ପ୍ରଥମେ ଏସଇସିସି ତାଲିକା ପରେ ଦେଶର ସବୁ ବର୍ଗର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବାରେ ସାମିଲ କରିବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ଯଦି ରାଜ୍ୟ ସରକାର ଭାରତ ସରକାରଙ୍କ ଏହି ଯୋଜନାରୁ ଓହରି ଯାଏ ତା ହେଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଗରୀବ ଓଡିଆ ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ ।

ଆନ୍ଧ୍ର, କର୍ଣାଟକ, ଗୁଜରାଟ ଓ ଜାମ୍ମୁ କାଶ୍ମୀର ଯାଉଥିବା ଓଡିଆ ଲୋକ ହୁଅନ୍ତୁ ବା ଟାଟା ମେମୋରିଆଲରେ ଚିକିତ୍ସା ପାଇଁ ଯାଉଥିବା କ୍ୟାନସର ରୋଗୀଙ୍କ ପାଇଁ ଭାରତ ସରକାରଙ୍କ ଏହି ଯୋଜନାରେ ମାଗଣାରେ ଚିକିତ୍ସା କରା ଯିବାର ବ୍ୟବସ୍ଥା ରହିଛି ।

ରାଜ୍ୟ ସରକାର ଏହି ଯୋଜନା ଦରକାର ନାହିଁ କହିବା ସରକାରୀ ଦଳର ନେତା ମାନଙ୍କର ଆବଶ୍ୟକତା ନ ହୋଇ ପାରେ ମାତ୍ର ବାହାର ରାଜ୍ୟରେ କାମ କରିବାକୁ ଯାଉଥିବା ଗରୀବ ଓଡିଆଙ୍କର ସ୍ୱାସ୍ଥ୍ୟ ସେବାର ସୁବିଧାରୁ ସେମାନଙ୍କୁ ବଞ୍ଚିତ ନ କରନ୍ତୁ।  ୧୮ ବର୍ଷର ରାଜ୍ୟ ସରକାରରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ଖରାପ ହୋଇଛି । ୨୦୧୭-୧୮ ଓଡିଶା ଇକୋନୋମିକ ସର୍ଭେ ଅନୁସାରେ ୨୦୦୯ -୧୦ ମସିହାରେ ଏକ ଲକ୍ଷ ଲୋକଙ୍କ ପାଇଁ ୧୦.୬ ଜଣ ଡାକ୍ତର ଥିବା ବେଳେ ୨୦୧୪-୧୫ରେ ଏହା କମ ହୋଇ ୮.୪ରେ ପହଂଚିଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ ଏଣ୍ଡ ମ୍ୟାନେଜମେଣ୍ଟ ସପୋର୍ଟ ଟିମ ( ଟିଏମଏସଟି ଓଡିଶା) ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ରୋଗୀ ମାନଙ୍କୁ ସେମାନଙ୍କ ଔଷଧ ଖର୍ଚର ୮୦ ଭାଗ ନିଜ ପକେଟରରୁ ବହନ କରିବାକୁ ପଡୁଛି ବୋଲି କୁହା ଯାଇଛି । ରାଜ୍ୟରେ ନିରାମୟ ଯୋଜନାରେ ମାଗଣା ଔଷଧର ସଫଳତାର ଏହା ନମୁନା ।

Related Articles

Leave a Reply

Your email address will not be published. Required fields are marked *

Back to top button