Uncategorized

ଚିଟଫଣ୍ଡ ଦୋଷୀମାନେ ଦଣ୍ଡ ପାଇବା ଉଚିତ୍ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୧/୦୨) : ରାଜ୍ୟରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇର ରିଟର୍ଣ୍ଣକୁ ନେଇ ରାଜନୀତି ସରଗରମ । ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ସିବିଆଇର ସମନ ପରେ ଚର୍ଚ୍ଚା ଜୋର ଧରିଛି । ଅରୁଣ-ଅତନୁଙ୍କୁ ସିବିଆଇ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ସେମାନେ ହାଜର ହୋଇ ନଥିଲେ । ପରେ ପୁଣିଥିରେ ସିବିଆଇ ସେମାନଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡ଼ିଛି ।

ଏହାରି ଭିତରେ ରାଜ୍ୟ ପୋଲିସ୍‌ ମଧ୍ୟ ତାର କାରନାମା ଦେଖାଇଛି । ଗଞ୍ଜାମ ଛତ୍ରପୁର ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଏବଂ ଭୃଗୁବକ୍ସି ପାତ୍ରଙ୍କୁ ନୋଟିସ୍‌ ପଠାଇଛି । ତେବେ ଏସବୁରୁ ଉର୍ଦ୍ଧ୍ୱରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କୁ ଆସ୍ୱସ୍ତି ଦେଇଛି ।

ଚିଟଫଣ୍ଡ ଦୋଷୀମାନେ ଦଣ୍ଡ ପାଇବା ଉଚିତ୍ ଏହା ସାଢେ ୪ କୋଟି ଓଡିଆଙ୍କ ଇଚ୍ଛା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିବିଆଇର କାର୍ଯ୍ୟାନୁଷ୍ଠାନ ଓ ଓଡିଶା ପୋଲିସର ପଦକ୍ଷେପ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଢ-ଦୁଇ ବର୍ଷର ପୁରୁଣା ମାମଲାରେ ମିଛ କେସ ଲଗାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାନ୍ଧିବାର ଦୁଃସାହସ କରନ୍ତୁ । କିନ୍ତୁ ୨୦ ଲକ୍ଷ ଜମାକାରୀଙ୍କ ପଇସାକୁ ଯେଉଁମାନେ ଲୁଟ କରୁଛନ୍ତି ଓ କୁକର୍ମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ଦଣ୍ଡ ମିଳୁ ।

ସେମାନେ ଯେତେ ବଡ ଏମପି ହୁଅନ୍ତୁ ବା ପ୍ରଭାବଶାଳୀ ମନ୍ତ୍ରୀ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ଯେଉଁ ସରୋଜ ସାହୁଙ୍କୁ ଲୁଚାଇ ରଖିଛନ୍ତି ଏବଂ ଚୁପ ରହୁଛନ୍ତି ଏବେ  ତାଙ୍କ ଚୁପକୁ ଭାଙ୍ଗିବାକୁ ପଡିବ ବୋଲି  ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଚିଟଫଣ୍ଡର ଦୋଷୀମାନେ ଦଣ୍ଡ ପାଇବା ଉଚିତ୍, ଏହା ସାଢେ ଚାରି କୋଟି ଓଡିଆଙ୍କ ଇଚ୍ଛା ବୋଲି ସେ କଡା ଶବ୍ଦରେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button