ରାଜନୀତି

ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା ପାଇଁ ରାଜ୍ୟବାସୀ ସଂକଳ୍ପ ନେବା ଆବଶ୍ୟକ ; ଅପରାଜିତା

ଆଓରି-ଭୁବନେଶ୍ଵର(୧୧/୧୨) : ଖୋର୍ଦ୍ଧାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛନ୍ତି । ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବା ପାଇଁ  ରାଜ୍ୟବାସୀ ସଂକଳ୍ପ ନେବା ଆବଶ୍ୟକ ବୋଲି ଆୟୋଜିତ ଏକ ସଭାରେ ସେ କହିଛନ୍ତି ।

ପ୍ରଶାସନିକ ସେବା ଛାଡି ରାଜନୀତିରେ ପାଦ ଥାପିଥିବା ଅପରାଜିତା ଷଡଙ୍ଗୀ ଗତକାଲି ଖୋର୍ଦ୍ଧା ଗୀତା ଭବନ ପଡିଆରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ମହିଳା ସଶକ୍ତିକରଣ ଓ ବୋକାରୀ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯକାରୀଣି ସଦସ୍ୟ କାଳୁଖଣ୍ଡାୟତରାୟ, ଖୋର୍ଦ୍ଧା ପୂର୍ବତନ ବିଧାୟକ ଜିତୁ ମିତ୍ର, ରାଜ୍ୟ କାର୍ଯକାରୀଣି ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button