May 29, 2023

ନିପା ଭାଇରସ୍‌କୁ ମୁକାବିଲା କରିବା ପାଇଁ ତତ୍ପରତା ଦେଖାଇଲେ ଓଡ଼ିଶା ସରକାର

1 min read

ଆ.ଓ.ରି(୨୬|୫)-କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍ କର୍ଣ୍ଣାଟକକୁ ବ୍ୟାପିଥିବା ଜଣା ପଡ଼ିବା ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ ହୋଇଛି।

ନିପା ଭାଇରସ୍‌କୁ ନେଇ ରାଜ୍ୟରେ କ’ଣ ପଦକ୍ଷେପ ନିଆଯିବ ? କ’ଣ କରିବା ଏବଂ ନ କରିବା ଉଚିତ୍ ? ସେ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରୁଛି। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବ୍ରଜକିଶୋର ବ୍ରହ୍ମା ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.